ବର୍ଷାକୁ ନେଇ ଏହି ବଡ କଥା କହିଲେ ଅନୁଭବ

0 82

ଭୁବନେଶ୍ୱର : ଏ ଜନ୍ମରେ ନୁହେଁ  । ଯଦି ବି ପୁନର୍ଜନ୍ମ ନିଏ, ତଥାପିବି ବର୍ଷାଙ୍କୁ ଗ୍ରହଣ କରିପାରିବି ନାହିଁ  । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏକଥା କହିଛନ୍ତି  ।

hiring

ନିକଟରେ ସେ ଏକ ଭିଡ଼ିଓ ଜାରି କରି ନିଜର ବ୍ୟଥା ବେଦନା ପରିପ୍ରକାଶ କରିଥିଲେ  । ଏହି ଭିଡ଼ିଓ ଦେଖିବା ପରେ ଦୁଇ ଜଣଙ୍କ ଅନେକ ଫ୍ୟାନ ଉଭୟ ବର୍ଷା ଓ ଅନୁଭବ ଏକାଠି ରୁହନ୍ତୁ ବୋଲି ଚାହିଁବା ସହ ଅନୁଭବଙ୍କୁ ଅନୁରୋଧ କରିଥିଲେ  । ଏହାର ଉତରରେ ଅନୁଭବ ସ୍ପଷ୍ଟ ଭାବେ କହିଥିଲେଯେ, ସମସ୍ତେ ଆମେ ଏକାଠି ହେବାକୁ ଅନୁରୋଧ କରୁଛନ୍ତି  । କିନ୍ତୁ ମୁଁ ସ୍ପଷ୍ଟ ଭାବେ କହିରଖିବାକୁ ଚାହେଁଯେ, ଏହା କେବେବି ସମ୍ଭବ ନୁହେଁ  । ଏ ଜନ୍ମରେ କିମ୍ବା ପୁନର୍ଜନ୍ମରେ ବି ତାଙ୍କୁ ଗ୍ରହଣ କରିପାରିବି ନାହିଁ  ।

ସୂଚନାଯୋଗ୍ୟଯେ, ପାରିବାରିକ ବିବାଦ ପାଇଁ ଅନୁଭବ ରାଜନୀତିକସ୍ତରରେ ବହୁ କ୍ଷତି ସହିସାରିଛନ୍ତି  । ତାଙ୍କୁ ବିଜୁ ଜନତା ଦଳ କୋଣଠେସା କରିସାରିଛି  । ଗତକାଲି ସେ ଭିଡ଼ିଓ ଜାରି କରି ଅନେକ କଥା ସ୍ପଷ୍ଟ କରିଥିଲେ  । ଏମିତିକି ଦଳ ତାଙ୍କୁ ଗ୍ରହଣ କରୁକିନକରୁ ସେ କିନ୍ତୁ ଲଢେ଼ଇ କରିବେ  । ସେହିପରି ଗଣମାଧ୍ୟମକୁ ମଧ୍ୟ ସେ ପରୋକ୍ଷରେ ସମାଲୋଚନା କରିଛନ୍ତି  । ଗଣମାଧ୍ୟମ ଜାଣିଶୁଣି ତାଙ୍କୁ କଷ୍ଟ ଦେଇ ମଜା ନେଉଛି ବୋଲି ଅନୁଭବ କହିଛନ୍ତି  । 

hiranchal ad1
Leave A Reply

Your email address will not be published.

14 + sixteen =