ଟୁଇନ ସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ

0 78

ଭୁବନେଶ୍ୱର: ବାତ୍ୟା ସିନା ଟଳିଛି, ହେଲେ ବର୍ଷା କାଚୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଖବର ସାମନାକୁ ଆସୁଛି ।  ତେବେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇନ ସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ  ଜାରି କରାଯାଇଛି । ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।  ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି ।  ଦୁଇ ସହରର ତଳିଆ ଅଞ୍ଚଳରେ ପାଣିଜମିବାର ଆଶଙ୍କା ମଧ୍ୟ ରହିଛି । 

hiring

ଅନ୍ୟପକ୍ଷରେ ପୁରୀ ଠାରୁ ୧୮୦ କିମି ଦୂରରେ ବାତ୍ୟା ଜୱାଦ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ସେହିପରି ଗୋପାଳପୁର ଠାରୁ ୧୩୦ କିମି ଓ ପାରାଦୀପ ଠାରୁ ୨୭୦ କିମି ଦୂରରେ ଜୱାଦ ରହିଛି ।  ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୧୫ କିମି ବେଗରେ ଏହା ଗତି କରୁଛି ।  ଆହୁରି ଦୁର୍ବଳ ହୋଇ ଜୱାଦ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି  । ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଜୱାଦ ।  ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି  ପହଞ୍ଚିବ  । ପରେ ଜୱାଦ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି ।  ୧୨ ଘଣ୍ଟାରେ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ’ ପ୍ରେସର ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

hiranchal ad1
Leave A Reply

Your email address will not be published.

3 × 4 =