ସମ୍ବଲପୁର : ଆଜି ସ୍ଥାନୀୟ ବଡ ଡାକ୍ତରଖାନା ଭିମସାରରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପୋଷ୍ଟ ମାର୍ଟମ ପରେ ସେଗୁଡିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଗତକାଲି ସନ୍ଧ୍ୟା ବଜ୍ରପାତରେ ଯୁଯୁମୁରା ଥାନା ଅନ୍ତର୍ଗତ ବଡମାଲ ଗାଁରେ ଏକ ଦମ୍ପକ୍ଷି ସହ ୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଚିହ୍ନଟ ଅନ୍ତର୍ଯ୍ୟାମୀ ମାଝି (୪୫), ତାଙ୍କ ପତ୍ନୀ ପଦ୍ମିନୀ ମାଝି (୪୦) ଓ ତାଙ୍କ ସହିତ କାର୍ଯ୍ୟରତ କୃଷି ଶ୍ରମିକ ବୁଧୁଆ ରୂପେ କରାଯାଇଛି । ପ୍ରାପ୍ତସୂଚନା ଅନୁସାରେ ସେମାନେ ଚାଷଜମିରେ ସାର ଛିଞ୍ଚିବା ପାଇଁ କ୍ଷେତକୁ ଯାଇଥିଲେ ଓ ସେହି ସମୟରେ ହଠାତ୍ ଘଡଘଡି ସହ ବର୍ଷା ମାଡି ଆସିବାରୁ ସେମାନେ ନିକଟସ୍ଥ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ । ଠିକ ସେହି ସମୟରେ ସେହିଠାରେ ବଜ୍ରପାତ ହେବାରୁ ତିନିହେଁ ସେହି ସ୍ଥାନରେ ଟଳି ପଡ଼ିଥିଲେ । ଗାଁ ଲୋକେ ଏହି ବିଷୟରେ ଯୁଯୁମୁରା ଥାନାରେ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ତିନି ମୃତଦେହକୁ ନିଜ ନିୟନ୍ତ୍ରଣରେ ନେଇ ନିକଟ ସ୍ଥିତ ହସ୍ପିଟାଲକୁ ପଠାଇଥିଲେ, ସେଠାରେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।