ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଲିଗ୍ରାଫ ଟେଷ୍ଟ ପାଇଁ ଦାବି କଲା କଂଗ୍ରେସ

0 59

ଭୁବନେଶ୍ୱର : ମହହାଲିଙ୍ଗ ସନସାଇନ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତଦନ୍ତକୁ ଦିଗହରା କରୁଥିବା ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପାଲିଗ୍ରାଫ ପରୀକ୍ଷା କରାଯାଉ ବୋଲି କଂଗ୍ରେସ ଦାବି କରିଛି । ସୋମବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଏ ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ୧୫ ଦିନ ଧରି ଆତ୍ମଗୋପନରେ ସାହାଯ୍ୟ କରିଥିବା ବିଧାୟିକଙ୍କ ମଧ୍ୟ ପାଲିଗ୍ରାଫ କରାଯାଉ । ପରି ହତ୍ୟାକାଣ୍ଡ ର ତଦନ୍ତ କରିଥିବା ଏସ୍‌ଟିଏଫ୍‌ ମୁଖ୍ୟ ଅରୁଣ ବୋଥରା ଅପରାଧୀ ସରୋଜ ସେଠିକୁ ଯେଉଁ ଆଧାରରେ ଦୋଷୀ ପ୍ରମାଣିତ କରିଥିଲେ ସେହି ଆଧାରରେ ମମିତା ଘଟଣାରେ ବିରୋଧୀଙ୍କୁ ପ୍ରମାଣ ମଗୁଥିବା ବିଜେଡ଼ିର ନେତା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର ଏବଂ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଦୁଇ ଆରକ୍ଷୀ ଅଧିକ୍ଷକଙ୍କ ପାଲିଗ୍ରାଫ ଟେଷ୍ଟ କରାଗଲେ କିଏ ସତ କହୁଛି ତାହା ସ୍ପଷ୍ଟ ହେବ । ମମିତାର ପିତାମାତା ନିରୀହ ହୋଇଥିବାରୁ ସେମାନଙ୍କ ଉପରେ ଚାପ ପକାଇ ଭିଡିଓ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯେଉଁ ଟୁଇଟ କରି ମମିତାକୁ ନ୍ୟାୟ କରି ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରିଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

hiranchal ad1
Leave A Reply

Your email address will not be published.

5 × five =