ନବରଙ୍ଗପୁରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

0 30

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠ ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ ଯୋଗ ଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶହୀଦଙ୍କ ସ୍ମୃତି ଚାରଣ କରିଥଲେ । ଏତିରେ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠର ଶିକ୍ଷୟତ୍ରୀ, ଏକ୍ସ ବୋର୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ବୃନ୍ଦ, ବରିଷ୍ଠ ନାଗରିକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ୍‌ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର କର୍ମଚାରୀ ଦିଲ୍ଲୀପ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ମାଝୀ, ନୀଳକଣ୍ଠ ନାୟକ,ବିଗ୍ଣରାଜ୍‌ ମାଝୀ ସହଯୋଗ କରିଥଲେ ।

hiranchal ad1
Leave A Reply

Your email address will not be published.

1 × three =