ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଭାରତୀୟ କିଷାନ ସଂଘ ତରଫରୁ ଗଣଧାରଣା

0 77

ବୌଦ୍ଧ,୨୨/୧୧ – ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଟ୍‌ ସମ୍ମୁଖରେ ଆଜି ଭାରତୀୟ କିଷାନ ସଂଘ ତରଫରୁ ବୌଦ୍ଧଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଡାକ୍ତରଙ୍କ ରୋଗୀପ୍ରତି ଅମାନବୀୟ ବ୍ୟବହାରକୁ ନେଇ ୬ଦଫା ଦାବିରେ ଗଣଧାରଣା ଦିଆଯାଇଛି । ଜିଲ୍ଲା କିଷାନ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବୌଦ୍ଧବାସିନ୍ଦା ଏହି ଧାରଣାରେ ବସିଛନ୍ତି । ଦାବିଗୁଡିକ ମଧ୍ୟରେ କିଛିଦିନ ତଳେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର କରିଥିବା ଆରୋପୀ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ପ୍ରସୂତି ମହିଳାଙ୍କ ପାଇଁ ଉପଯୁକ୍ତ ଶଯ୍ୟାର ବ୍ୟବସ୍ଥା, ପୂର୍ବରୁ ଚାଲିଥିବା କିଡନୀ ରୋଗୀଙ୍କ ଚିକିତ୍ସା ପୁନଃ ଆରମ୍ଭ, ସମଗ୍ର ବୌଦ୍ଧଜିଲ୍ଲାରେ ଆବଶ୍ୟକ ଡାକ୍ତର ପଦବୀ ପୂରଣ, ମୁଖ୍ୟ ଡାକ୍ତରଖାନାରେ ଜଣେ ନିଶ୍ଚେତକ ଡାକ୍ତର ଅବସ୍ଥାପିତ, ଓଡିଶାର କେନ୍ଦ୍ରସ୍ଥଳ ବୌଦ୍ଧଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରମୁଖ ରହିଛି । ଶ୍ରୀ ମହାପାତ୍ରଙ୍କ ସହିତ ଧାରଣାରେ ଶମ୍ଭୁପ୍ରସାଦ ପ୍ରଧାନ, ବିକାଶ ମହାକୁଳ, ନବୀନ ପ୍ରଧାନ, ଦୂତୀବାହନ କଂପ, ପ୍ରକାଶ ଦାଶ, କୈବଲ୍ୟ ପ୍ରଧାନ, ଶିବ ନାଏକ, ସୁଦାମ ମେଣ୍ଡଲି ପ୍ରମୁଖ ଧାରଣାରେ ବସିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 12 =