ଚାଉଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗଙ୍କୁ ନେଇ ଏମିତି କହିଲେ ବିଜେପି ରାଜ୍ୟ ସଭାପତି

0 62

ଭୁବନେଶ୍ବର ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ୍ ପ୍ରଥମ ଓ ଦ୍ଵିତୀୟ ଲହରରେ ମୋଦି ସରକାର ରାଜ୍ୟକୁ ୧୫ମାସ ପାଇଁ ଚାଉଳ ଓ ଗହମ ଯୋଗାଇଥିଲେ । କୋଭିଡ୍ ପ୍ରଥମ ଲହର ସମୟରେ ପ୍ରାୟ ୩ କୋଟି ୧୭ ଲକ୍ଷ ଲୋକଙ୍କୁ ଯେଉଁ ରାସନ ଦେଇଥିଲେ ତାହା ପାଖାପାଖି ୫୨୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ । ଏବେ ବି ଦେଶରେ କିଛି ରାଜ୍ୟ ରାସନ ନିଜେ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ସବୁବେଳେ ଦେଶରେ ଅନେକ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି । ଏବେ ଚାଉଳ ଯୋଗାଇ ଉଦାହରଣ କାଇଁ ସୃଷ୍ଟି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମୀର ।

hiring

୨୦୨୦-୨୧ରେ ୧୩୭୨୮କୋଟି DMF ଫଣ୍ଡରୁ କଲେକ୍ଟ କରିଛନ୍ତି ସରକାର । ସେହି ଟଙ୍କାରେ ନିଜ କାର୍ଯ୍ୟକ୍ରମ ଓ ଦଳୀୟ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ବିଭିନ୍ନ ଜିଲ୍ଲା ହେଲିକପ୍ଟରରେ ଯାଉଛନ୍ତି । ନା ଭାଷଣ ଦେଉଛନ୍ତି, ନା ସାମ୍ବାଦିକଙ୍କୁ ଭେଟୁଛନ୍ତି ନା ଲୋକଙ୍କୁ ଭେଟୁଛନ୍ତି । ସେଠି କେବଳ ନିଜ ପୂର୍ବ ପ୍ରସ୍ତୁତ ଭିଡ଼ିଓ ଚାଲୁଛି । ତାହାଲେ କାହିଁକି ଯାଉଛନ୍ତି ଓ ଟଙ୍କା ସାରୁଛନ୍ତି । ସେ କେବଳ ନିଜ ଲୋକପ୍ରିୟତା ବଜାୟ ରଖିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଯେଉଁ ଅର୍ଥ ଦିଆହେଉଛି ସେଥିରୁ ୫ ଲକ୍ଷ ଲୋକ ଟଙ୍କା ନେଉନାହାନ୍ତି । ସେ ଟଙ୍କା ଭୂତ କାର୍ଡ ନାଁରେ ଯାଉଛି । ମୁଖ୍ୟମନ୍ତ୍ରୀ କେବଳ ପତ୍ର ଲେଖି ନିଜ ଦାଇତ୍ବ ଛିଣ୍ଡାନ୍ତୁ ନାହିଁ ।

ବିଜେଡି ପ୍ରତିବାଦ ପ୍ରସଙ୍ଗରେ କହିଛନ୍ତି, ତାଙ୍କର ଅଧିକାର ଅଛି ସେ ପ୍ରତିବାଦ କରିବେ । ଯେତେ ପ୍ୟାଚ ପକେଇବାକୁ ଚେଷ୍ଟା କଲେ ମଧ୍ୟ ମମିତା ମେହେର ଇସ୍ୟୁ ପ୍ରସଙ୍ଗ ହେଇ ରହିବ ।

hiranchal ad1
Leave A Reply

Your email address will not be published.

16 + five =