ଅଶ୍ୱିନ ୨୦୨୨ ଟି-୨୦ ବିଶ୍ୱକପ ଖେଳିବା ପକ୍କା, ଏମିତି କହିଲେ ହିଟ୍‌ମ୍ୟାନ

0 48

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ନୂଆ ଟି୨୦ ଅଧିନାୟକ ରୋହିତ ଶର୍ମା ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଟି୨୦ରେ ବୋଲିଂ ସମୟରେ ଓ୍ୱିକେଟ୍ ଆବଶ୍ୟକ ହେଲେ ଅଶ୍ୱିନ ହିଁ ଭଲ ବିକଳ୍ପ ବୋଲି ସେ କହିଛନ୍ତି । ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିବାରେ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ରୋହିତ ପ୍ରକାଶ କରିଛନ୍ତି ।ହିଟ୍ ମ୍ୟାନ୍ ସିରିଜ୍ ବିଜୟ ପରେ କହିଛନ୍ତି ଯେ, ଅଶ୍ୱିନ କିଓ୍ୱି ଟିମ୍ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ରନ୍ ରେଟରେ ଅଙ୍କୁଶ ଲଗାଇବା ସହ ଓ୍ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ଦୁବାଇରେ ଖେଳିବା ସମୟରେ ଅଶ୍ୱୀନ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଜଣେ ଭଲ ବୋଲର । ଗତ ଅନେକ ବର୍ଷ ହେବ ସେ ଟେଷ୍ଟ୍ ମ୍ୟାଚରେ ନିଜକୁ ପ୍ରମାଣିତ କରିଛନ୍ତି । ସୀମିତ ଓଭର କ୍ରିକେଟରେ ମଧ୍ୟ ତାଙ୍କ ରେକର୍ଡ ଖରାପ ନୁହେଁ । ସେ ଦଳର ମେରୁଦଣ୍ଡ ସଦୃଶ ଅଟନ୍ତି । ସେ ଆହୁରି କହିଛନ୍ତି ଯେ, ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ମିଶି ସେ ଦଳରେ ସୁସ୍ଥ ମାହୋଲ ଆଣିବାରେ ସକ୍ଷମ ହୋଇଛନ୍ତି । କେଉଁ ଖେଳାଳିଙ୍କ ଭୂମିକା କଣ ସେନେଇ ଡ୍ରେସିଂ ରୁମରେ ହୋଇଥିବା ଆଲୋଚନା ଅଧିକ ଗୁରୁତ୍ୱ ବହନ କରେ ବୋଲି ହିଟମ୍ୟାନ୍ କହିଛନ୍ତି ।ସୂଚନାଯୋଗ୍ୟ, ଅଶ୍ୱିନଙ୍କୁ ଟି୨୦ ଖେଳିବା ପାଇଁ ସୁଯୋଗ ମିଳୁନଥିଲା । ସେ ଦୀର୍ଘ ବର୍ଷ ପରେ ଟି୨୦ ବିଶ୍ୱକପରେ ଖେଳିଥିଲେ । ଏପରିକି ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ।

hiring

hiranchal ad1
Leave A Reply

Your email address will not be published.

seven + 7 =