ବଲାଙ୍ଗୀର ବନବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ୟୁନିଟରେ ଚଢାଉ

0 39

କଣ୍ଟାବାଞ୍ଜି : ବଲାଙ୍ଗୀର ବନ ବିଭାଗ ସ୍ୱତନ୍ତ୍ର ଟିମ ଗଠନ କରି ସହରର ବିଭିନ୍ନ ସ୍ଥାନରେ ଏକ ବଡ଼ ଧରଣର ଚଢାଉ କରାଯାଇ ବହୁ ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ସହ ଲକ୍ଷ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ କାଠରେ ତିଆରି ଫର୍ଣ୍ଣିଚର ମାନ ଜବତ କରିଛି । ପ୍ରାପ୍ତ ସୂଚନାଅନୁସାରେ ବଲାଙ୍ଗୀର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ବାବାଜୀ ଚରଣ ରାଉଳଙ୍କ ନେତୃତ୍ୱରେ ବଲାଙ୍ଗୀର, ପାଟଣାଗଡ଼, ଲୋଇସିଂହା, ଲାଠୋର ଏବଂ କଣ୍ଟାବାଞ୍ଜି ରେଞ୍ଜକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସହରର ସିଙ୍ଗଲପଡା, ଝଙ୍କରପଡା, ଏକ ନମ୍ବର ୱାର୍ଡ, ଆମ ପଡାର ଦୁଇଟି ସ୍ଥାନ ଓ ଗୁଡିଘାଟ ରୋଡ଼ରେ ଥିବା ବିନାୟକ ଟ୍ରେଡ଼ର୍ସର ତିନୋଟି ଗୋଦାମ ଗୃହରେ ବନ ବିଭାଗର ସ୍ୱତନ୍ତ୍ର ଟିମ ଚଢାଉ କରି ବିପୁଳ ପରିମାଣର କାଠ ଗଣ୍ଡି ସହ ତିଆରି ହେଇଥିବା ଅର୍ଦ୍ଧ ନିର୍ମିତସାମଗ୍ରୀ ଜବତ କରିଛି । ଏହି ଜବତ ସମୟରେ ୩୩ଖଣ୍ଡ ଶାଗୁଆନ ଗଣ୍ଡି ସାଙ୍ଗକୁ ସାଇଜ଼ ଶାଗୁଆନ କାଠ ଓ ଏକାଧିକ ଅର୍ଦ୍ଧ ନିର୍ମିତ ତିଆରି ହୋଇଥିବା ମହାରାଜା ପଲଙ୍କ, ଚଉକାଠ, ଶାଗୁଆନ ସାଇଜ଼ ପଟା ଜବତ କରଥିବା ଜଣାପଡିଛି । ଏହି ଜବତ କାଠ ସାମଗ୍ରୀ କେତେ ଟଙ୍କା ହେବ ବୋଲି ଆକଳନ କରାଯାଇନଥିବାବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି । କଣ୍ଟାବାଞ୍ଜି ସହରରେ ଏଭଳି ଅନକେ ସମୟରେ ବେନିୟମ ଚୋରାକାଠ ସହ ବେନିୟମ ଫର୍ଣ୍ଣିଚର ୟୁନିଟମାନ ଖୁଲମ ଖୁଲା ଚାଲୁଥିବା ବେଳେ ସ୍ଥାନୀୟ ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳୀ ପାଖରେ କିପରି ଏହାର ଖବର ରହୁନାହିଁ, ଏହି ସବୁ କାର୍ଯ୍ୟ ସ୍ଥାନୀୟ ରେଞ୍ଜରଙ୍କ ଇଙ୍ଗିତରେ ଚାଲୁଥିବା ଅଭିଯୋଗ ହେଉଛି । ବଲାଙ୍ଗୀର ବନବିଭାଗ ଖବର ପାଇ ଚଢାଉ କରୁଥିବାବେଳେ ସ୍ଥାନୀୟ ବନ ବିଭାଗ କିଭଳି ଖବର କିମ୍ବା ଟେର ପାଇପାରୁ ନାହିଁ ବୋଲି ସହରରେ ଚର୍ଚ୍ଚା ଲାଗି ରହିଛି । ଏହି ଚଢାଉରେ ପାଟଣାଗଡ଼ ରେଞ୍ଜର ରାଜକ୍ରୀଷ୍ଣା ଭୋଇ, କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧା ଦେବ ବଡ଼ମାଳୀ, ଜିଲ୍ଲା ମୋବାଇଲ ଫରେଷ୍ଟର ସୁନୀଲ କୁମାର ମିଶ୍ର, ବଲାଙ୍ଗୀର ଫରେଷ୍ଟର ବ୍ୟସାଦେବ ସାହୁ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

7 − 1 =