ହୀରାକୁଦ ଜଳଭଣ୍ଡାର: ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଲା

0 127

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୩୦ଫୁଟ ଯାଏଁ ଗତକାଲି ପହଞ୍ଚିଥିବା ସତ୍ତେ୍ୱ ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ଯୋଗୁଁ ୧ ଗେଟ୍‌ ଖୋଲି ଜଳନିଷ୍କାସନ ସହିତ ଉକ୍ତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବାପାଇଁ ଚେଷ୍ଟା ଅବ୍ୟାହତ ରହିଛି । ଏଠାରେ ଉଲ୍ଲେଖନୀୟ କି ଏହାହିଁ ହୀରାକୁଦ ବନ୍ଧ ପାଇଁ ନିର୍ଦ୍ଧାରିତ ସର୍ବୋଚ୍ଚ ଓ ସୁରକ୍ଷିତ ଜଳସ୍ତର, ଏହାଠାରୁ ଅଧିକ ଜଳ ସଂରକ୍ଷଣ କଦାପି ସମ୍ଭବନୁହେଁ । ଇତିମଧ୍ୟରେ ମଧ୍ୟ ଭାରତରେ ବାତ୍ୟା ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଓ ଉକ୍ତସ୍ଥିତିରେ ଉପର ମୁଣ୍ଡରୁ ବିପୁଳ ପରିମାଣରେ ବନ୍ୟାଜଳ ମାଡ଼ି ଆସିବାର ଆଶଂକା ରହିଛି ।

hiring

ସେତେବେଳେ ହୀରାକୁଦରୁ ଜଳନିଷ୍କାସନ ପରିମାଣ ହଠାତ୍‌ ବୃଦ୍ଧି ହୋଇପାରେ ଓ ତଳେ ଡେଲଟା ଅଞ୍ଚଳରେ ପରିଣାମ ସ୍ୱରୂପ ପ୍ରବଳ ବନ୍ୟାକୁ କିପରି ନିୟନ୍ତ୍ରିତ କରାଯିବ, ତାହାହିଁ କର୍ତ୍ତୃପକ୍ଷଙ୍କ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ହୋଇପଡିଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୯ଟା ସମୟରେ ଏହାର ଜଳସ୍ତର ୬୩୦.୦୦ ଫୁଟ ରେକର୍ଡ କରାଯାଇଥିଲା, ସେତେବେଳେ ଉପରମୁଣ୍ଡରୁ ଜଳଭଣ୍ଡାର କୁ ୪୬ ହଜାର ୧୨୬ ଘନଫୁଟ ଜଳରାଶି ପ୍ରତି ସେକେଣ୍ଡ ପ୍ରବେଶ କରୁଥିଲା ଓ ବାମପଟେ ଗୋଟିଏ ଗେଟ ଖୋଲିବା ସହିତ ସମ ପରିମାଣରେ ଜଳରାଶି ନିଷ୍କାସିତ କରି ଜଳସ୍ତର ନିୟନ୍ତ୍ରଣରେ ରଖାଯାଉ ଥିଲା ।

hiranchal ad1
Leave A Reply

Your email address will not be published.

10 − five =