ପ୍ରଥମ ଥର ଗଜପତି ଜିଲ୍ଲାରେ ଏନ୍‌ଇଟି ପରୀକ୍ଷା

0 62

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଟି) ରବିବାର ୧୨.୯.୨୧ ଦିନ ପରିଚାଳିତ ହୋଇଛି । ପାରଳାଖେମୁଣ୍ଡିରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ଏବଂ କେଭିରେ ପରୀକ୍ଷା କେନ୍ଦ୍ର ହୋଇ ଥିଲା । ସର୍ବମୋଟ ୨୭୨ ଜଣ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୧୮୦ ଜଣ ପ୍ରାର୍ଥୀ ସେଞ୍ଚୁରିୟନ ପବ୍ଲିକ ସ୍କୁଲରେ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ପରିଚାଳନା ପାଇଁ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ପ୍ରାଣିଗ୍ରାହୀ (ନଗର ସଂଯୋଜିକା) ଭାବେ ପରିଚାଳନା କରିଥିଲେ । ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଶାସନ ଡକ୍ଟର ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ଡକ୍ଟର ସୁଶାନ୍ତ ପଟ୍ଟନାୟକ (ଅବଜରଭର) ଭାବେ ଯୋଗଦାନ କରିଥିଲେ ଏବଂ କେନ୍ଦ୍ର ଅଧ୍ୟକ୍ଷିକ ଭାବେ ଜେ. କେ ନାୟକ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପରୀକ୍ଷା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

9 + 12 =