ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ

0 66

ଚନ୍ଦକା: ଚନ୍ଦକା ଅଭୟାରଣ୍ୟରେ ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ ହୋଇଛି । ଗତ କିଛି ଦିନ ତଳେ ପୋଷା ହାତୀ ନନ୍ଦ ଅସୁସ୍ଥ ଥିଲା । ତେଣୁ ତାକୁ ଚିକିତ୍ସା କରାଯାଉଥିଲା । ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡି ଯାଇଥିଲା । ଓୟୁଏଟି ଡାକ୍ତରମାନେ ତାର ଚିକିତ୍ସା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାର ମୃତ୍ୟୁ ଘଟିଛି ।
ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍‌ ପରିଚିତ ଥିଲା । ନନ୍ଦ ଏକ ତାଲିମ ପ୍ରାପ୍ତ ହାତୀ ଥିଲା । ନନ୍ଦ ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲା । ନନ୍ଦନକାନନରେ ଥିବା ବାସନ୍ତୀ ହାତୀ ପାଖରୁ ଜନ୍ମ ନେଇଥଲା ନନ୍ଦ ।
ତେବେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ଚର୍ଚ୍ଚାକୁ ଆରସିଥିଲା ନନ୍ଦ । ସେହି ଦିନଠୁ ତା’ ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା । ଏହାପରେ ୨୦୧୦ ସେପ୍ଟେମ୍ବର ୧୩ରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ଶିକୁଳିରୁ ମୁକ୍ତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

7 + three =