ଶବକୁ କାନ୍ଧ ଦେଲେନି ପରିବାର ଲୋକେ: ନିଜେ କାନ୍ଧ ଦେଇ ପାହାଡ଼ ତଳକୁ ଶବ ଆଣିଲେ ତଦନ୍ତକାରୀ ଅଫିସର

0 193

ବାଲିଗୁଡ଼ା: କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ମାନବିକତାର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ । ଏକ ହତ୍ୟା ଘଟଣାର ତଦନ୍ତ କରିବାକୁ ସବ୍‌ଇନ୍ସପେକ୍ଟର ମୁଣ୍ଡାରୀ ପହଁଚିଥିଲେ ପରମପଙ୍ଗା ଗ୍ରାମ ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ । ପାଙ୍ଗୁରୁମିଲା ଗ୍ରାମର ଭୁସ୍କର ପୂଜାରୀ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଚୈତନ୍ୟ ପୂଜାରୀକୁ ମାରି ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟିତଳେ ପୋତି ଦେଇଥିଲା । ଏକଜୁକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟିତଳୁ ଶବ ଉଦ୍ଧାର କରିବାପରେ ପରିବାରର କୌଣସି ଲୋକ ଶବକୁ କାନ୍ଧ ଦେଇନଥିଲେ । ଘଟଣାସ୍ଥଳଟି ଘଞ୍ଚ ଜଙ୍ଗଲ ଭିତରେ ହୋଇଥିବାରୁ ଶେଷରେ କିଛି ଗାଁ ଲୋକଙ୍କ ସହାୟତାରେ ସବ୍‌ଇନ୍ସପେକ୍ଟର ମୁଣ୍ଡାରୀ ନିଜେ ଶବକୁ କାନ୍ଧଦେଇ ଅଙ୍କାବଙ୍କା ରାସ୍ତା ଦେଇ ପାହାଡ଼ ତଳକୁ ଆଣିଥିଲେ । ଏସ୍‌ଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ଏଭଳି ମହତ୍‌ କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ସେପଟେ ହତ୍ୟାକାରୀ ସଇତାନ୍‌ ବାପାକୁ ଗିରଫ କରିବାସହ ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

twenty − twelve =