ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0 154

ସୁବର୍ଣ୍ଣପୁର :ଆଜି ସ୍ଥାନୀୟ ଏନ୍‌ଜିଓସିସି ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ରଙ୍କ ସମ୍ମାନାର୍ଥେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ନିକଟରେ ତାଙ୍କର ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହିସାବରେ ବଦଳି ହୋଇଯାଇଛି । ଶ୍ରୀ ମିଶ୍ର ଦୀର୍ଘ ୨୦୧୩ ମସିହାରୁ ଏହି ପଦବୀରେ ସୁଚାରୁରୂପେ କାର୍ଯ ୍ୟସମ୍ପାଦନ କରୁଥିଲେ ଓ ତାଙ୍କର କାର୍ଯ୍ୟକାଳରେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ କ୍ଷେତ୍ରରେ ନିର୍ଦ୍ଧାରିତ ଜମା ଲକ୍ଷ୍ୟ ହାସଲକରି ଅନେକ ସୁନାମ ଅର୍ଜନ କରିଥିଲା । ସେ ଜଲ୍ଲାର ପୋଷ୍ଟାଲ ଏଜେଣ୍ଟ ମାନଙ୍କୁ ସଂଗଠିତ କରି ଏବଂ ନୂତନ ଏଜେଣ୍ଟ ଚୟନକରି ସେମାନଙ୍କୁ ସଠିକ୍‌ ଦିଗଦର୍ଶନ ଦେଇ ସେମାନଙ୍କ ଉତ୍ସାହ ତଥା କର୍ମଦକ୍ଷତା ବୃଦ୍ଧି କରିପାରିଥିଲେ ।

hiring

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଭାସମିତି ଓ କର୍ମଶାଳା ଆୟୋଜନ କରି ସେ ଜନସାଧାରଣଙ୍କୁ ଡାକଘରେ ଟଙ୍କା ଜମାକରିବା ଏବଂ ଠକ ଚିଟ଼ଫଣ୍ଡ ସଂସ୍ଥା ହାବୁଡରେ ନ ପଡ଼ିବା ପାଇଁ ପ୍ରବର୍ତ୍ତାଉ ଥିଲେ । ସୁବର୍ଣ୍ଣପୁରରେ ଦୁଇ ବର୍ଷ ଧରି ସେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦାୟିତ୍ୱ ରେ ରହି ସଠିକ୍‌ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ଜଣେ କର୍ମପ୍ରବଣ ଏବଂ ମେଳାପି ସ୍ୱଭାବର ଅଧିକାରୀ ହୋଇଥିବାରୁ ଆଜି ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ସମସ୍ତ ୬ଟି ବ୍ଲକର ଶତାଧିକ ପୋଷ୍ଟାଲ୍‌ ଏଜେଣ୍ଟ ଏକତ୍ରିତ ହୋଇ ମିଶ୍ର ବାବୁଙ୍କ କର୍ମଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ ।

ଶ୍ରୀଯୁକ୍ତ ମିଶ୍ର ତାଙ୍କ ବକ୍ତବ୍ୟରେ ଭାବପ୍ରବଣ ହୋଇଯାଇଥିଲେ ଏବଂ ସୁବର୍ଣ୍ଣପୁର ବାସୀଙ୍କ ଠାରୁ ପାଇଥିବା ସ୍ନେହଶ୍ରଦ୍ଧାକୁ ସେ ଜୀବନସାରା ଭୁଲି ପାରିବେନାହିଁ ବୋଲି କହିଥିଲେ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ଅଶ୍ୱିନି କୁମାର ଭୋଇଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବା ପାଇଁ ସେ ପୋଷ୍ଟାଲ୍‌ ଏଜେଣ୍ଟ ମାନଙ୍କୁ ନିବେଦନ କରିଥିଲେ । ଆଜିକାର ଏଇ ସଭାକୁ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିବାବେଳେ ଜିଲ୍ଲା ସ୍ୱଳ୍ପସଞ୍ଚୟ ଏବଂ ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀଙ୍କ ସମେତ ଶତାଧିକ ପୋଷ୍ଟାଲ୍‌ ଏଜେଣ୍ଟ ଓ ସେମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × five =