ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲାକୁ ସଫଳତା : ୪ ସ୍ୱର୍ଣ୍ଣ,୬ ରୌପ୍ୟ ସହ ୪ କାଂସ୍ୟ ପଦକ ହାସଲ

0 121

ସୁବର୍ଣ୍ଣପୁର :- ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ଏକାଡେମୀକୁ ମିଳିଲା ବଡ ସଫଳତା । ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ହାତେଇଲା ୪ ସ୍ୱର୍ଣ୍ଣ,୬ ରୌପ୍ୟ ସହ ୪ କାଂସ୍ୟ ପଦକ । କଲିକତାର ଗୁଲମୋହର ଷ୍ଟାଡିୟମରେ ଅନୁଷ୍ଠିତ ଦୁଇ ଦିନିଆ ପ୍ରଥମ ପ୍ରୋଗ୍ରେସିଭ କପ ଓପନ ତାଇକଣ୍ଡୋ ଚମ୍ପଆନିପରେ ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ଏକାଡେମୀର ୧୭ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମେଡାଲ ହାତେଇଛନ୍ତି । ଏହା ସହ କୋଚ ଏହେସାସ ହୋତାଙ୍କୁ ଶ୍ରେଷ୍ଠ କୋଚ ଭାବେ ମଧ୍ୟ ପୁରସ୍କୃତ କରାଯାଇଛି । ଟିମ ମେନେଜର ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ଏହି ଟିମ୍‌ ଯାଇଥିବାବେଳେ ସ୍ୱର୍ଣ୍ଣପଦକ ବିଜେତାମାନେ ହେଲେ ମୁକେଶ କୁମାର ପଣ୍ଡା, ଅନ୍‌ୱେଶ ହୋତା, ବିଶ୍ୱରଂଜନ ସାହୁ, ହର୍ଷିତା ନାୟକ, ରୌପ୍ୟ ବିଜେତା- ମନିଷ ମାହାନ୍ତୀ, ବିଶ୍ୱଜିତ ଡାଂଗ, ବାବୁଲ କର୍ଣ୍ଣ, ପ୍ରାଚୀ ପରିମିତା ସାହୁ, ଚିନ୍ମୟ ପ୍ରସାଦ ମେହେର, ପ୍ରୀୟଦର୍ଶନି କର, କାଂସ୍ୟ ବିଜେତା- ଅର୍ପିତ ମହାକୁଲ, ସୁରଜ ପଟ୍ଟନାୟକ, ଦେବାଶିଷ ନାୟକ ଏବଂ ଆନଭି ଅଗ୍ରୱାଲ । ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ଏହି ସଫଳତା ପରେ ଓଡିଶା ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଶୁଭେଚ୍‌ଛା ଜ୍ଞାପନ କରିଛନ୍ତି । ବିଶେଷ କରି ତାଇକାଣ୍ଡୋରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଏଇ ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଲାର କ୍ରୀଡାବିତ ତଥା ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଆନ୍ତର୍ଜାତିକ ସ୍ତରରେ ଭାରତ ପାଇଁ ସୁନାମ ଆଣିବାକୁ ଆଶାବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine + sixteen =