ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0 152

ପୁରୀ : ପୁରୀରେ ପୁଣି ଭିଜିଲାନ୍ସ ଚଜ୍ଜାଉ ହୋଇଛି । ଆଜି ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଛି । ପୁରୀ, ଭୁବନେଶ୍ୱର ଏବଂ ନୟାଗଡ଼ର ୫ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଜାରି ରହିଛି । ୪ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ୮ ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି । ତେବେ କେତେ ପରିମାଣର ସମ୍ପତ୍ତି ସନ୍ଧାନ ମିଳିଛି ତାହା ଭିଜିଲାନ୍ସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଚଢ଼ାଉ ପରେ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

4 × two =