ଆସନ୍ତାକାଲି ଦେଶବ୍ୟାପୀ କଂଗ୍ରେସ ପାଳିବ “କିଷାନ ବିଜୟ ଦିବସ’

0 92

ନୂଆଦିଲ୍ଲୀ : ଆସନ୍ତାକାଲି ତଥା ଶନିବାର ଦିନ କଂଗ୍ରେସ ସମଗ୍ର ଦେଶରେ “କିଷାନ ବିଜୟ ଦିବସ’ ପାଳନ କରିବା ସହ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବାର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ବୈଠକ ଆୟୋଜନ କରିବ । ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ଘୋଷଣା କରିଛନ୍ତି ଏବଂ ସଂସଦର ଆଗାମୀ ଅଧିବେଶନରେ ଏଥିପାଇଁ ସାମ୍ବିଧାନିକ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ।
କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାଜ୍ୟ, ଜିଲ୍ଲା ତଥା ବ୍ଲକ ସ୍ତରରେ “କିଷାନ ବିଜୟ ଦିବସ’ ପାଳନ କରି ନଭେମ୍ବର ୨୦ ରେ ରାଲି ତଥା ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ସମ୍ମାନାର୍ଥେ ମହମବତୀ ପଦଯାତ୍ରା ଆୟୋଜନ କରିବାକୁ କହିଛନ୍ତି । ରାଜ୍ୟ ୟୁନିଟକୁ ପଠାଯାଇଥିବା ଚିଠିରେ ଭେନୁଗୋପାଲ କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନ, ଚାଷୀଙ୍କ ବଳିଦାନ, କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମିଳିତ ବିରୋଧୀ ଦଳର ସଂଗ୍ରାମ ପରେ ଏହି ତିନୋଟି ଆଇନକୁ ରଦ୍ଦ କରାଯାଇଛି । ମନ୍ଦ ଉପରେ ସାମୂହିକ ବିଜୟ ଆମ ଦେଶର ଖାଦ୍ୟ ଦାତାଙ୍କୁ ଉତ୍ସର୍ଗ କରାଯାଇଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × three =