ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

0 65

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତିର ଅଧ୍ୟକ୍ଷ,ଅଧ୍ୟକ୍ଷା,ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,ସଭ୍ୟା, କୃଷି ବିଭାଗ ଅଧିକାରୀ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ,ବ୍ଳକ ଶିକ୍ଷା ଅଧିକାରୀ,ଗୋଷ୍ଠୀ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ରିଲିଫ ଆୟୋଗଙ୍କ ସୂଚନା ଅନୁସାରେ ଆସନ୍ତା ୩ ତାରିଖରୁ ୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାର ଆଦାୟ ହେବାକୁ ଥିବା ଖରିଫ ଫସଲକୁ କିପରି ସୁରକ୍ଷିତ ରଖାଯିବ ତା ଉପରେ ବିଶେଷ ଆଲୋଚନା ହୋଇଥିଲା ଏହି ସମ୍ଭାବ୍ୟ ବର୍ଷାର ସୂଚନା କିପରି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚିବ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଗ୍ରାମାଞ୍ଚଳର ଖରିଫ ଫସଲ ସୁରକ୍ଷିତ ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ପଞ୍ଚାୟତ ସମିତି ଗାଁ ମାନଙ୍କରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରାଯାଇଛି । ସମସ୍ତ ପଞ୍ଚାୟତ ସମିତିର ଧନ ଜୀବନ ଏବଂ ଫସଲ କିପରି ଭାବେ ସୁରକ୍ଷିତ ଦିଆଯିବ ତା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

hiranchal ad1
Leave A Reply

Your email address will not be published.

12 − 8 =