ସହିଦ ସଞ୍ଜୟ କୁମାର ପ୍ରଧାନଙ୍କ ସ୍ମୃତିରେ ପ୍ରଥମ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ

0 88

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବାଗାରାମା ଗ୍ରାମର ସୁପୁତ୍ର ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ସଞ୍ଜୟ ପ୍ରଧାନଙ୍କ ବଳିଦାନ ଓ ତ୍ୟାଗକୁ ମନେ ପକେଇ ଗ୍ରାମାଞ୍ଚଳରେ ଯୁବକ ମାନଙ୍କ ଆୟୋଜନରେ ସହିଦଙ୍କ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଏକ ଭଲିବଲ ପ୍ରତିଯୋଗିତା ଆଜି ଆରମ୍ଭ ହୋଇଯାଇଛି । ସେ ଜଣେ ଉତ୍ତମ ଭଲିବଲ ଖେଳାଳୀ ଥିଲେ ଓ ନିଜ ଗ୍ରାମରେ ଯୁବକମାନଙ୍କୁ ନେଇ ଖେଳୁଥିଲେ । ପରେ ପରେ ସେ ଭାରତୀୟ ସେନାବାହିନୀରେ ନିଯୁକ୍ତି ପାଇଲେ ଓ କିଛି ବର୍ଷର ସେବା ପରେ ଦେଶ ପାଇଁ ସହିଦ ହୋଇ ସବୁଦିନ ପାଇଁ ଅମର ହୋଇ ରହିଗଲେ । ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ଏକ ଭଲିବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି । ଆଜି ଉଦଘାଟନୀ ମ୍ୟାଚ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପେଟାପାଙ୍ଗା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭୀମସେନ ପ୍ରଧାନ ( ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ), କିଶୋର ଚନ୍ଦ୍ର ନାୟକ (ଅବସରପ୍ରାପ୍ତ ବିଏସଏଫ୍‌) ପେଟାପାଙ୍ଗା ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଝୁନୁମା ପ୍ରଧାନ ଉପସ୍ଥିତ ରହିଥିଲେ । ଖେଳ ପରିଚାଳନା କମିଟି ସଭାପତି ପ୍ରଭାକର ପ୍ରଧାନ, ସମ୍ପାଦକ ବାସୁଦେବ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବାଲ୍ମୀକି ଦେହୁରୀ ଉଦଘାଟନୀ ସମାରୋହର ପରିଚାଳନା କରିଥିଲେ ଓ ସମସ୍ତ ବିଷୟରେ ଉପଦେଷ୍ଟା ସଦସ୍ୟ ଦିନଜନ ପ୍ରଧାନ, ସାଙ୍ଗିରା ପ୍ରଧାନ, ପ୍ରହ୍ଲାଦ ପ୍ରଧାନ, ପ୍ରଶାନ୍ତ ପ୍ରଧାନ ସହଯୋଗ କରିଥିଲେ । ଉତ୍ସବରେ ସମସ୍ତ ଅତିଥି ବୃନ୍ଦ ସହିଦ ସଞ୍ଜୟ କୁମାର ପ୍ରଧାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ନିଜ ନିଜ ମତ ପ୍ରକାଶ କରିଥିଲେ । ପ୍ରତିଯୋଗିତାର ଉଦଘାଟନୀ ଦିବସରେ ଗ୍ରୁପ ଏ-ଗଟାମାହା ସହ ରୁଦାଙ୍ଗିଆ ଓ ଗ୍ରୁପ- ବି – ଡ଼ାମ୍ୱା ସହ ବାକିଙ୍ଗିଆ ଦଳ ମଧ୍ୟରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସହିଦ ସଞ୍ଜୟ କୁମାର ପ୍ରଧାନ ପ୍ରଥମ ସ୍ମାରକୀ ପ୍ରତିଯୋଗିତା ତା ୦୫/୦୬/୨୦୨୨ ଠାରୁ ଆରମ୍ଭ ହୋଇ ୧୩/୦୬/୨୦୨୨ ପର୍ଯ୍ୟନ୍ତ ଚାଲିବ ପ୍ରତିଯୋଗିତାରେ ସମୁଦାୟ ୧୬ ଗୋଟି ଦଳ ଅଂଶଗ୍ରହଣ କରୁଥିବା ସୂଚୀପତ୍ରରେ ପ୍ରକାଶିତ ହୋଇଥିବା ବେଳେ ୧୩/୦୬/୨୦୨୨ ତାରିଖ ଦିନ ଶେଷ ମ୍ୟାଚ ବା ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

twenty − 14 =