ସ୍ୱର୍ଗତ କାଉନସିଲର ଲେକଚର ବୁଲିଆନ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

0 119

ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ରାଜନେତା ତଥା ଘୁ.ଉଦୟଗିରି ଏନଏସିର ୬ନଂ ୱାର୍ଡର ବିଜେଡି କାଉନସିଲର ଲେକଚର ବୁଲିଅନଙ୍କ ଗତ ମାସ ୧୪ ତାରିଖରେ ହୃଦଘାତରେ ବିୟୋଗ ହୋଇଥିଲା । ସେ ଜଣେ ଅତି ମିଷ୍ଠଭାଷୀ ଓ ସମସ୍ତଙ୍କ ସହ ମିଳାମିଶା ପ୍ରକୃତିର ନିର୍ଭୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସେ ଯୁବ ପିଢ଼ିକୁ ଅଧିକା ଗୁରୁତ୍ୱ ଦେବା ସହ ସବୁ କ୍ଷେତ୍ରରେ ଯୁବ ପିଢ଼ିକୁ ଆଗକୁ ନେବାକୁ ଚେଷ୍ଟା କରୁଥିଲେ । ସେ ଜଣେ ଖେଳ ପ୍ରେମୀ ଥିଲେ । ଫୁଟବଲ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ସେ ଖେଳ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ କରୁଥିଲେ । ଆଜି ସ୍ଥାନୀୟ ଡିଏଫସି ଯୁବ ଖେଳାଳିଙ୍କ ଆୟୋଜନରେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ଏହି ଲେକଚରର ବୁଲିଆନ ମେମୋରିଆଲ ଫୁଟବଲ ଖେଳ ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ୮ ଗୋଟି ଫୁଟବଲ ଟିମ ଅଂଶଗ୍ରହଣ କରୁଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ଆଜି ଏହି ପ୍ରତିଯୋଗିତାର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱର୍ଗତ କାଉନସିଲର ବୁଲିଆନ ସାରଙ୍କ ଧର୍ମପତ୍ନୀ କଳିଙ୍ଗ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁଜାତା ବେହେରା ଓ ତାଙ୍କ ସୁପୁତ୍ରି ଏନ ପ୍ରଶଂସା ( ବ୍ଲୁମି) ରିବନ କାଟି ଉଦଘାଟନ କରିଥିଲେ । ଏହି ଉଦଘାଟନୀ ମ୍ୟାଚରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମବାୟ ସମିତି ସଭାପତି ତଥା ବିଧାୟକ ପ୍ରତିନିଧି ଜମେସ ଚନ୍ଦ୍ର ପ୍ରଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ,ସ୍ଥାନୀୟ ସମାଜସେବୀ ଶ୍ରୀମତୀ କୁମୁଦିନୀ ଦିଗାଲ, ଏନ ରାଜା ରାଓ, ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ଥିଲେ । ପ୍ରଥମ ମ୍ୟାଚରେ ଗୁଟିଙ୍ଗିଆ ଏବଂ ରାଇକିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନୀ ମ୍ୟାଚରେ ଗୁଟିଙ୍ଗିଆ ଦଳ ଏକ ମାତ୍ର ଗୋଲ ଦେଇଥିବା ବେଳେ ରାଇକିଆ ଦଳ ୪ ଟି ଗୋଲ ଦେଇ ୩ ଗୋଲରେ ଅଗ୍ରଣୀ ହୋଇ ବିଜୟ ଲାଭ କରିଥିଲା । ଏହି ମ୍ୟାଚକୁ ସୁଜିତ ରାଜହଂସ ପରିଚାଳନା କରିଥିବା ବେଳେ ଜଗନ୍ନାଥ କହଁର ଓ ବଟଲି କହଁର ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ନିମନ୍ତେ ଯୁବ ଖେଳାଳି ଦୀପକ କୁମାର ପ୍ରଧାନ ନେତୃତ୍ୱ ନେଇଥିବା ବେଳେ ଆଲୋକ, ମଣ୍ଟୁ, ଜଗା ଓ ଆୟୋଜକ ଦଳର ଅନ୍ୟ ଯୁବ ଖେଳାଳୀ ଉତ୍ସାହର ସହିତ ସହଯୋଗ କରିଥିଲେ । ଏହି ଲେକଚରର ବୁଲିଆନ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ ତଥା ସ୍ୱାଧୀନତା ଦିବସ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

thirteen + two =