ବାହୁନି ହେଲା ଭଳି ଗୋଟିଏ ରାସ୍ତାର ଆତ୍ମକଥା

0 230

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲିଜିବାହାଲରୁ ବୁଦା ମୁଣ୍ଡା ରାସ୍ତା ଦେଇ କପାଣି ବସଷ୍ଟାଣ୍ଡ ଯାଉଥିବେ ସେମାନଙ୍କ ତିକ୍ତ ଅନୁଭବ ହେଉଥିବ । ବେଲପଡା ବ୍ଳକ କପାଣିକୁ ସଂଯୋଗ କରୁଥିବା ନିଲିଜିବାହାଲରୁ ବୁଦା ମୁଣ୍ଡା ୧ କିମି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଏହି ରାସ୍ତା ଦେଇ କପାଣି ବସଷ୍ଟାଣ୍ଡକୁ ପହଞ୍ଚାଇବାକୁ ହେଲେ ବହୁ କଷ୍ଟରେ ଯିବା ହୋଇଥାଏ । ବେଲପଡା ବ୍ଳକ ହୋଇଥିବା ବୁଦା ମୁଣ୍ଡା ସିମା ପର୍ଯ୍ୟନ୍ତ ପିଚୁ ରାସ୍ତା ହୋଇଛି । ପାଟଣାଗଡ ବ୍ଳକ ଅଧିନରେ ନିଲିଜିବାହାଲ ହୋଇ ଥିବାରୁ ପାଟଣାଗଡ଼ ପ୍ରଶାସନର ରାସ୍ତା ପ୍ରତି ନିଜର ପଡୁନି । ବର୍ଷା ଦିନେ ଖାଲଖମାରେ ପାଣି ଭର୍ତ୍ତି ହେବା ଫଳରେ ଯାତାୟାତରୁ ସାଧାରଣ ଲୋକେ ମଧ୍ୟ ଡ୍ୟାନ୍ସ କରିବା ଭଳି ଯିବାକୁ ପଡ଼ିଥାଏ । ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅଞ୍ଚଳର ଲୋକେ ଦୈନନ୍ଦିନ ଏହି ରାସ୍ତା ଉପରେ ନିର୍ଭର କରିଥିବାରୁ ଧୁଳି,ମଳି, ଖାଲ ଢିପରେ ଗାଡି ଚାଲେ,ମଟର ସାଇକେଲ ଚାଲେ ବୋଲି ଅଞ୍ଚଳ ପ୍ରକାଶ କରିଛନ୍ତିି । ଅଞ୍ଚଳର ଲୋକମାନେ କହିଛନ୍ତି ସରକାର ବୋଲି କିଛି ନାହିଁ । ନିଜ ରାସ୍ତା ନିଜେ ନିର୍ମାଣ କରିବାକୁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ବହୁ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରତିଶ୍ରୁତି ପାଳନ ଲାଗି ଆଉ କେତେ ବର୍ଷ ଲାଗିବ । ଏହି ଅବହେଳିତ ରାସ୍ତା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

14 + 5 =