ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ

0 87

ପୁରୀ,୮/୧୧(ହୀ.ପ୍ର): ପୁରୀ ଜିଲ୍ଲା ସାତପଡା ନାଥପୁରରେ ଗତକାଲି ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି ।ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଡିଯାଇଥିବା ଦଳିତ ପରିବାରଙ୍କ ଘରକୁ ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଶୁଖିଲା ଖାଦ୍ୟ ଯୋଗାଯାଉଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କୁ ନେଇ ୩୫ ମୌଜା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଛି । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ତହସିଲ ଅଧିନ ବ୍ରହ୍ମପୁର ଗାଁର ପ୍ରାୟ ୪୦ରୁ ଉଦ୍ଧ୍ୱର୍ ହରିଜନ ଲୋକେ ନିଜ ଗାଁରେ ଜାତିଆଣ ମାମଲାକୁ ନେଇ ଗାଁରୁ ବାସନ୍ଦ ହୋଇଥିଲେ । ସେମାନେ ସାତପଡ଼ା ନାଥପୁର ଗାଁରେ ଏକ ସରକାରୀ ଜମିକୁ ଜବରଦଖଲ କରି ଘର ତିଆରି କରି ରହିବ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ସାତପଡ଼ା ଅଞ୍ଚ ର ୩୫ ମୌଜାର ଲୋକେ ସେମାନଙ୍କୁ ବିରୋଧ କରିଥିଲେ । ସେହି ସମୟରେ ବ୍ରହ୍ମଗିରି ତାହସିଲଦର୍‌ , ପୋଲିସ ୩୫ ମୌଜାର ଲୋକେ ସାତପଡ଼ା ଫାଣ୍ଡିରେ ଏକ ଚୁକ୍ତି ପତ୍ର କରାଯାଇଥିଲା । କରୋନା ସମୟ ଥିବାରୁ ସେମାନଙ୍କୁ ସେହି ସ୍ଥାନରେ ଅସ୍ଥାୟୀ ଭାବେ ରହିବ ପାଇଁ କୁହାଯାଇଥିଲା । ସେମାନେ ମଧ୍ୟ ଏହି ଚୁକ୍ତିକୁ ସ୍ୱୀକାର କରିବା ତକ୍ରାଳୀନ ତହସିଲଦାର କାହୁଁ ଚରଣ ଘଡାଇ କହିଥିଲେ । ଏବେ ସେହି ଲୋକମାନେ ସେହି ସ୍ଥାନରେ ସ୍ଥାୟୀ ଭାବରେ ଘର ନିର୍ମାଣ କରୁଛନ୍ତି । ଏହାକୁ ୩୫ ମୌଜାର ଲୋକେ ବରଣ କରିବାରୁ ସେମାନେ ୩୫ ମୌଜାର ଲୋକେଙ୍କୁ ଗାଳି ଗୁଲଜ କରିବା ସହିତ ଧମକାଇଥିବାରୁ ଆଜି ୩୫ ମୌଜାର ବୈଠକରେ ସେମାନଙ୍କୁ ଡକା ଯାଇଥିଲା, ସେମାନେ ବୈଠକକୁ ନ ଆସି,ଯାଇଥିବା ଲୋକଙ୍କୁ ମାଡ଼ ମାରିଥିବାରୁ ଘଟଣା ଉଗ୍ର ରୂପ ନେଇଥିଲା ।

hiranchal ad1
Leave A Reply

Your email address will not be published.

18 + 11 =