ସାରର କଳା ବଜାରୀ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୂନ

0 68

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସାରର କଳା ବଜାରୀ ହେଉଥିବା ଅଭିଯୋଗ ସତ୍ତେ୍ୱ୍ୱ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହାଁନ୍ତି ବିଭାଗୀୟ ଅଧିକାରୀମାନେ । ସାର ବସ୍ତାର ଏମ୍‌.ଆର.ପି ମୂଲ୍ୟ ଠାରୁ ଅଧିକା ଟଙ୍କା ନେଉଥିବା ସତ୍ତେ୍ୱବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଜିଲ୍ଲାରେ ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ଓ ବିହନ ସରକାର ରିହାତି ଦରରେ ଯୋଗଉ ଥିବା ବେଳେ ଚାଷୀଙ୍କୁ ସାର ଠିକ ସମୟରେ ନ ପାଇବା ଓ ଚାଷୀଙ୍କ ଠାରୁ ଅଧିକା ବସ୍ତା ପିଛା ଟଙ୍କା ନେଉଥିବାର ଅଭିଯୋଗ ହେଉଛି । ତୃଣମୂଳ ସ୍ତରରେଏହାର ନିରପେକ୍ଷ ତଦନ୍ତ କଲେ ଚାଷୀ କୂଳ ଉପକୃତ ହୋଇପାରିବା ସଙ୍ଗେ ସଙ୍ଗେ କଳା ବଜାରୀ ରୋକାଯାଇ ପାରିବ ବୋଲି ଚାଷୀ କୁଳ ଆଶା ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + 17 =