ତାରା ତାରିଣୀ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା କାର୍ଯ୍ୟକ୍ରମ

0 91

ଗଞ୍ଜାମ :ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟରେ ‘ଯୁବ ଭୋଟର ସଚେତନତା କାର୍ଯ୍ୟକ୍ରମ’ ଛତ୍ରପୁରର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇ ସହାୟକ ଜିଲ୍ଲାପାଳ ବିକ୍ରମ ଦୋରା, ଅଶୋକ କୁମାର ପ୍ରଧାନ , ସ୍ଥାନୀୟ ତହସିଲଦାରନିତେଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା ଆଦି ଅତିଥିବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ଅଧିକାର ଓ କର୍ତ୍ତବ୍ୟ ସହ ନାଗରିକ ମୂଲ୍ୟବୋଧ ଉପରେ ସଚେତନତା ଦେବା ସହ ଭୋଟର ପରିଚୟପତ୍ର ସହିତ ଆଧାର ପରିଚୟ ପଞ୍ଜୀକରଣ ସମ୍ପର୍କରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଶ୍ରୀମତୀ ହରିପ୍ରିୟା ନାୟକ, ଯୁବ ରେଡକ୍ରସର କାଉନସିଲର ଏନ୍‌ ମୋହନ, ଆଇକ୍ୟୁଏସିର ନିର୍ଦ୍ଦେଶକ ଡକ୍ଟର ସୁବ୍ରତ କୁମାର ଷଡଙ୍ଗୀ, ସହଯୋଗୀ ଶ୍ରୀମତୀ ବନିତା ଖଟେଇ ମୁଖ୍ୟ କିରାଣୀ କିଶୋର କୁମାର ପରିଡା ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ପରିଶେଷରେ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − 13 =