ଋଷିବନ୍ଧ ଗ୍ରାମରେ ପାରମ୍ପରିକ ଚୁଡା ଖାଇ ଯାତ୍ରା ପାଳିତ

0 536

ବୌଦ୍ଧ,୨୬/୧୨ – ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଞ୍ଚାୟତ ଋଷିବନ୍ଧ ଗ୍ରାମରେ ପବିତ୍ର ଚୁଡାଖାଇ ଯାତ୍ରା ପାରମ୍ପରିକ ରୀତି ନୀତି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ଗତ ଗୁରୁବାର ଦିନ ପୂଜାର୍ଚ୍ଚନା ପରେ ମା ମହେଶ୍ୱରୀ ଓ ଖମ୍ବେଶ୍ବରୀଙ୍କ ଛାତ୍ରକୁ ପୂଜାର୍ଚ୍ଚନା ପରେ ଚୁଡା ଖାଇ ଡଙ୍ଗରକୁ ନିଆ ଯାଇଥିଲା l ସେଠାରେ ରାତି ସାରା ପୂଜାର୍ଚ୍ଚନା ଓ ଭକ୍ତଙ୍କ ଦର୍ଶନ ପରେ ଶୁକ୍ରବାର ସକାଳେ ଋଷିବନ୍ଧ ମନ୍ଦିରକୁ ଅଣାଯାଇଥିଲା l ଅପରାନ୍ହରେ ମନ୍ଦିର ନିକଟକୁ ଭକ୍ତ ଓ ଦର୍ଶନାର୍ଥୀ ମାନଙ୍କର ସୁଅ ଛୁଟିଥିଲା l ପାରମ୍ପରିକ ଲୋକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଲୋକେ ଅଶ୍ଳୀଳ ବୋଲି ଗାନକରି ମାତୃ କୃପା କାମନା କରିଥିଲେ | ଆଦିବାସୀ ପରମ୍ପରା ଅନୁସାରେ ଆସନ୍ତା ଗୁରୁବାର ଦିନ ଜମଟାଙ୍ଗୀ ଗ୍ରାମରେ ଆଠ ମଙ୍ଗଳା ପର୍ବ ଅନୁଷ୍ଠିତ ହେବ ବୋଲି ପୂଜକ ସୁଚନା ଦେଇଛନ୍ତି l ଲୋକେ ତାଂକର ଶସ୍ୟ ଅମଳ ପରେ ନୂଆ ଧାନର ଚୁଡା ମାଙ୍କୁ ଅର୍ପଣ କରିଥାଆନ୍ତି l ତେଣୁ ଏ ପର୍ବକୁ ଚୁଡାଖାଇ ଯାତ୍ରା ବୋଲି କୁହାଯାଇଥାଏ l ଆଦିବାସୀ ବିବାହ ପରମ୍ପରାର ରୀତିନୀତି ଅନୁସାରେ ଏ ପର୍ବ ଅନୁଷ୍ଠିତ ହେଉଥିବା ହେତୁ ମା ମାହେଶ୍ୱରୀ ଓ ମହାଦେବଙ୍କ ବିବାହ ଯାତ୍ରା ବୋଲି ଗବେଷକମାନେ ମତ ଦିଅନ୍ତି l

hiranchal ad1
Leave A Reply

Your email address will not be published.

ten − seven =