ଦୁଇ ଟ୍ରକ ମଧ୍ୟରେ ଧକ୍କା, 2 ଗୁରୁତର

0 1,981

hiring

ବୌଦ୍ଧ,୨୫/୧୨- ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ନୂଆପାଲି ନିକଟରେ ଗୋଟିଏ ଟ୍ରକ ପଛରେ ଆଉ ଗୋଟିଏ ଟ୍ରକ ଧକ୍କା ଦେବାରୁ 2 ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସୋନପୁର ପଟରୁ ବୌଦ୍ଧ ଆଡକୁ ପାଖାପାଖି ଦୁଇଟି ଟ୍ରକ ଆଗ ପଛ ହୋଇ ଆସୁଥିଲେ l ଜାତୀୟ ରାଜପଥ ନମ୍ବର 57ର ନୂଆପାଲି ଗ୍ରାମ ନିକଟରେ ହଠାତ୍ ରାସ୍ତା ଉପରକୁ ଚାଲି ଆସିଥିବା ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଯାଇ ଆଗରେ ଆସୁଥିବା ଟ୍ରକ ଡାହାଣକୁ କାଟି ଜୋର୍ ରେ ବ୍ରେକ୍ ଦେଇଥିଲା l ଫଳରେ ପଛରେ ଆସୁଥିବା ଟ୍ରକ ଆଗ ଟ୍ରକର ପଛକୁ ଜୋରରେ ଧକ୍କା ଦେଇ ଥିଲା l ଧକ୍କାରେ ଆଗ ଟ୍ରକଟି ରାସ୍ତା ତଳକୁ ଖସି ଓଲଟି ପଡିଥିଲା l ପଛ ଟ୍ରକର ସମ୍ମୁଖ ଭାଗ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେବାସହ ଗାଡ଼ିର ଡ୍ରାଇଭର ଓ ଖଲାସୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ୍ ପହଂଚି ତଦନ୍ତ କରୁଥିବା ସୁଚନା ମିଳିଛି l

hiranchal ad1
Leave A Reply

Your email address will not be published.

ten − 9 =