ଦିଲ୍ଲୀରେ ଭୂମିକମ୍ପ

0 66

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ନିମ୍ନ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ସିସ୍‌ମୋଲୋଜି କହିବା ଅନୁସାରେ,ଭୋର୍ ୫.୦୨ରେ ସଙ୍ଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୨.୩ ବୋଲି ରିକ୍ଟର୍ ସ୍କେଲ୍‌ରୁ ଜଣାପଡିଛି । ଦିଲ୍ଲୀ ଏବଂ ନୋଏଡା ଓ ଗାଜିଆବାଦ ସମେତ ଜାତୀୟ ରାଜଧାନୀ ଅଞ୍ଚଳର କେତେକ ଅଞ୍ଚଳରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା । କିନ୍ତୁ, ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ସରକାରୀଭାବେ କୌଣସି ଘୋଷଣା କରାଯାଇନାହିଁ । ଏଥିରେ କୌଣସି ଧନଜୀବନହାନୀ ହୋଇଥିବାର ଖବର ମଧ୍ୟ ଏଯାବତ୍ ମିଳିନାହିଁ । ଡିସେମ୍ବର ୧୭ ତାରିଖରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର କେତେକ ଅଂଶରେ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 + seventeen =