ଭାରତରେ ନୂଆ କରୋନା ଭାଇରସ୍ ଚିହ୍ନଟ

0 123

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଭାରତରେ ଠାବ ହୋଇଛି । ପ୍ରଥମେ ଏହା ବ୍ରିଟେନ୍‌ରେ ଠାବ ହୋଇଥିଲା ଏବଂ ଏବେ ପ୍ରାୟ ୧୨ଟି ଦେଶକୁ ବ୍ୟାପିଗଲାଣି । ଭାରତରେ ଆଜି ନୂଆ ଭାଇରସ୍ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୟୱାଡାରେ ଜଣେ ଆଙ୍ଗଲୋ ଇଣ୍ଡିଆନ୍ ମହିଳା ଏହି ନୂତନ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ମହିଳାଙ୍କ ନାମ ମେରୀ ୱିନ୍‌ଫ୍‌ରେଡ୍‌ଆନ୍ ଏବଂ ସେ ରାଜମହେନ୍ଦ୍ରୀର ଏକ ଘରୋଇ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଅଛନ୍ତି । ମହିଳା ଜଣକ ନିକଟରେ ବ୍ରିଟେନ୍‌ରୁ ଫେରିଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ପରବର୍ତ୍ତୀ ପରୀକ୍ଷଣ ପାଇଁ ପଠାଯାଇଥିଲା । ଉକ୍ତ ମହିଳା ନୂଆ ଭାଇରସ୍‌ରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବାପରେ ତାଙ୍କୁ ତୁରନ୍ତ ଠାବ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଯାଇଥିଲା ଏବଂ ଦିଲ୍ଲୀରୁ ରାଜମହେନ୍ଦ୍ରୀ ଯାଉଥିବା ଏକ ଟ୍ରେନ୍‌ର ପ୍ରଥମ ଶ୍ରେଣୀ କୋଚ୍‌ରେ ରେଳବାଇ ପୁଲିସ ତାଙ୍କୁ ପାଇଥିଲା । ମହିଳାଙ୍କୁ ରାଜମହେନ୍ଦ୍ରୀ ଅଣାଯାଇଛି ଏବଂ ତାଙ୍କୁ ପୃଥକ୍ ଆଇସୋଲେସନରେ ରଖିବାକୁ ପ୍ରଶାସନ ବ୍ୟବସ୍ଥା କରିଛି । ମହିଳା ଜଣକ ଅନ୍ୟ ରେଳ ଯାତ୍ରୀ ଏବଂ ରେଳବାଇ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହା ଚିନ୍ତା ବଢାଇଛି ।

hiranchal ad1
Leave A Reply

Your email address will not be published.

20 − twenty =