ପଞ୍ଚମ ଖଲିଆପାଲି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 486

ବୌଦ୍ଧ,୨୬/୧୨ – ଜୟ ବଜରଙ୍ଗବାଲି କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ପଞ୍ଚମ ଖଲିଆପାଲି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ପୁରୁଣାପାଣି ଓ କିରାସିରା କ୍ରିକେଟ୍ ଟିମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 10 ଓଭରରେ 6 ୱିକେଟ୍ ହରାଇ ପୁରୁଣାପାଣି ଦଳ 118 ରନ୍ ସଂଗ୍ରହ କରିଥିଲା l ଜବାବରେ କିରାସିରା ଦଳ ସମସ୍ତ ୱିକେଟ୍ ହରାଇ 98 ରନ୍ କରିଥିଲା ସକ୍ଷମ ହୋଇଥିଲେ | ଫଳରେ ପୁରୁଣାପାଣି ଦଳକୁ ଚାମ୍ପିଆନ ଟ୍ରଫି ସହ ନଗଦ 7 ହଜାର ଟଂକା ପୁରସ୍କାର ପ୍ରଦାନ କରାଯାଇଥିଲା | ରନର୍ସ ଦଳକୁ ମଧ୍ୟ 5 ହଜାର ଟଂକା ପ୍ରଦାନ କରାଯାଇଥିଲା | ଟୁର୍ଣ୍ଣାମେଣ୍ଟରେ ମୋଟ୍ 16 ଗୋଟି ଦଳ ଭାଗ ନେଇଥିଲେ | ପାଞ୍ଚ ବର୍ଷ ଧରି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ଜୟ ବଜରଙ୍ଗବାଲି କ୍ରିକେଟ୍ କ୍ଲବକୁ ସ୍ଥାନୀୟ କ୍ରିକେଟ୍ ପ୍ରେମୀମାନେ ଏ ଭଳି ମ୍ୟାଚ୍ ଆୟୋଜିତ କରୁଥିବାରୁ ପ୍ରଶଂସା କରିଛନ୍ତି |

hiranchal ad1
Leave A Reply

Your email address will not be published.

4 × 3 =