ପି.ଏମ.ଏ.ୱାଇ. ହିତାଧିକାରୀ ମାନଙ୍କ ଗୃହ ପ୍ରବେଶ ଉତ୍ସବ

0 670

ବୌଦ୍ଧ,୨୬/୧୨- କଣ୍ଟାମାଳ ବ୍ଲକ ମନମୁଣ୍ଡା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମର 14 ଜଣ ହିତାଧିକାରୀଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ସମ୍ପୁର୍ଣ୍ଣ ହେବା ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଗୃହ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବବିତା ରାଣୀ ଦଳ ବେହେରା, କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆ, ବ୍ଲକ୍ ପ୍ରୋଗ୍ରାମ ଅଫିସର୍ ଠାକୁର ବେହେରା, ସରପଞ୍ଚ ମିନାକ୍ଷୀ ସାହୁ, ୱାର୍ଡ ସଭ୍ୟ ଆରତୀ ସେଠୀ, କନିଷ୍ଠ ଯନ୍ତ୍ରୀ ସୟଦ ମହମ୍ମଦ ଅଲ୍ଲୀ, ଗ୍ରାମ ରୋଜଗାର ସେବକ ଜୟ ନାରାୟଣ ପଟ୍ଟନାୟକ ଓ ଆଦିତ୍ୟ କୁମାର ମେହେର ଯୋଗ ଦେଇଥିଲେ | କପାସିରା ଗ୍ରାମର ହିତାଧିକାରୀ ପଞ୍ଚଦେବ ପ୍ରଧାନ, କୌଶଲ୍ୟା ମହାକୁଳ, ବିଦ୍ୟାଧର କଲତା, ଅଶୋକ ମହାକୁଳ, ବୃନ୍ଦାବନ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ, ନରେନ୍ଦ୍ର ନାଏକ, ବାସୁଦେବ ନାଏକ, ଫକିର ମହଲା, ଅନନ୍ତ ସାହୁ, ସାବିତ୍ରୀ ସାହୁ, ଶମ୍ଭୁ ପୋଢ, ରାଜ କୁମାର୍ ବାଘ, ଗୁରୁବାରୀ ମେଣ୍ଡିଲୀ ପ୍ରମୁଖ ହିତାଧିକାରୀ ମାନଙ୍କ ଗୃହ ପ୍ରବେଶ ଅନୁଷ୍ଠିତ ହୋଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

2 × five =