ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ,ପାଇଲିପଡା ଗ୍ରାମ ଉସ୍ତପଲି ସାହିର ଏଭଳି ଏକଘଟଣା ନଜରକୁ ଆସିଛି । ସେହି ଗ୍ରାମର ମହରଗ ମହାନ୍ତି ନାମକ ଜଣେ ବୃଦ୍ଧ ୭୭ବର୍ଷ ଅତିକ୍ରମ କରିବାକୁ ଗଲାଣି କିନ୍ତୁ ସରକାରଙ୍କ ନଜର ପଡିନି ତାଙ୍କରି ଉପରେ । ଯୋଜନା ମାଳମାଳ ହେଲେ ବୃଦ୍ଧଙ୍କ ଭତ୍ତା କାହା ସ୍ୱାର୍ଥରେ । କିଛି ବର୍ଷ ତଳେ ନିଜ ସ୍ତ୍ରୀଙ୍କୁ ହରାଇ ବର୍ତ୍ତମାନ ଏକା ଏକା ଜୀବନ ବିତାଉଛନ୍ତି । ବାରମ୍ବାର ଗୁହାରି କରି ମଧ୍ୟନିରାଶ କେବଳ ମିଳିବାର ଆଶ୍ୱାସନା, କେହି ଶୁଣୁ ନାହାନ୍ତି ସେ କହିବା ଅନୁସାରେ ୨ ବର୍ଷ ହେଲାଣି ସରପଞ୍ଚଙ୍କଠାରୁ ଆରମ୍ଭ କରି ଉପର ଅଧିକାରୀ ସମସ୍ତଙ୍କୁ ଜଣାଇ ବର୍ତ୍ତମାନ ସେ ହାରାସ ହୋଇଗଲେଣି । ତାଙ୍କର ଦୁଃଖ କେବେ ବୁଝିବେ ପ୍ରଶାସନ ଅଧିକାରୀ ତାହା ରହିଲା ଅପେକ୍ଷାରେ । ବାର୍ଦ୍ଧକ୍ୟ ଭତ୍ତା ଯଦି ଉପଯୁକ୍ତ ହିତାଧିକାରୀ ନପାଇବ ତାହା ହେଲେ ଯୋଜନା କାହାପାଇଁ ତେଣୁ ପ୍ରଶାସନ କେତେ ତତ୍ପର ଏହା ଏକ ନଗ୍ନ ଚିତ୍ର ।