ଗଜପତି ଜିଲ୍ଲାସ୍ତରୀୟ ମକ ଡ୍ରିଲ ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା

0 98

ଗଜପତି ଜିଲ୍ଲାସ୍ତରୀୟ ମକଡ୍ରିଲ ପାଇଁ ପୂର୍ବପ୍ରସ୍ତୁତି ବୈଠକଆରମ୍ଭ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ତତ୍ୱାବଧାନ ଓସୱାନ ଭିଡିଓ କନଫେରାନ୍ସ ହଲ ଠାରେ ଆଲୋଚନା ହୋଇଥିଲା । ଏହି ଆଲୋଚନା କାର୍ଯ୍ୟକ୍ରମରେ ଜିଲ୍ଲା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଉପସ୍ଥିତ ରହି ମକଡ୍ରିଲ ଆଲୋଚନାରେ ଯୋଗଦେଇଥିଲେ । ଏହି ଅବସରରେ କାଶୀନଗରର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ୨ ଗୋଟି ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ୨ ଗୋଟି ଆଶ୍ରୟସ୍ଥଳର ମକଡ୍ରିଲ ପାଇଁ ପୂର୍ବପ୍ରସ୍ତୁତି ଆଲୋଚନା କରାଯାଇଛି । ଏହି ପ୍ରସ୍ତୁତି ୧୯ ଜୁନ ୨୦୨୦ ଦିନ କାଶୀ ନଗର, ଭୂପତି, ଲକ୍ଷ୍ମୀପୁର ଓ ପାର୍ଥଡା ଗ୍ରାମରେ କାର୍ଯ୍ୟ କରିବାକୁ ଥିବାବେଳେ ଗୋଶାଣୀ, ରାୟଗଡ, ଆର ଉଦୟଗିରି, ନୂଆଗଡ଼, ଗୁମ୍ମା ମୋହନା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ମାନଙ୍କରେ ମକଡ୍ରିଲ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରମାନଙ୍କୁ କୋଭିଡ-୧୯ ନିୟମକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆବଶ୍ୟକୀୟ ସରଞ୍ଜାମ ସବୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ପ୍ରସ୍ତୁତି ଓ ପରୀକ୍ଷା କରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉଦ୍ଧାରକାରୀଦଳ ଚଚଋକିଟ ସଂପୂର୍ଣ୍ଣ ଭାବେ ପରିଧାନ କରି ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିବେ । ପ୍ରତ୍ୟେକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜେନେରେଟର ଅତ୍ୟାବଶ୍ୟକ ଟ୍ରି କଟର ରଖିବା ଓ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟ ପ୍ରଦର୍ଶନ କରି ପରୀକ୍ଷା ଦେଖାଇବେ । ଏହାର କାର୍ଯ୍ୟକାରୀତାକୁ ଫଟୋ ଓ ଭିଡିଓ ମାଧ୍ୟମରେ ରେକର୍ଡ କରିରଖିବେ ଏହି ଅବସରରେ ଯେଉଁ ଗ୍ରାମଗୁଡିକ ବିପର୍ଯ୍ୟୟ ଓ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି,ସେହି ଗ୍ରାମର ଜନସାଧାରଣଙ୍କୁ ଆଶ୍ରୟସ୍ଥଳକୁ ପ୍ରଶାସନ ଦ୍ୱାରା ସ୍ଥାନାନ୍ତର ବ୍ୟବସ୍ଥା କରାଯିବ ଓ ଜନସାଧାରଣଙ୍କ ପାଇଁ ରହିବା,ଖାଦ୍ୟପାନୀୟର ସୁବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯିବ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଭାର କର୍ମକର୍ତ୍ତାମାନେ କାଶୀ ନଗର ଠାରେ ୨ ଗୋଟି ଆଶ୍ରୟସ୍ଥଳରେ ହେବାକୁ ଥିବା ମକଡ୍ରିଲରେ ସହଯୋଗ କରିବେ । ଏହି ଅବସରରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × two =