ଗାନ୍ଧିକଥା ଶୀର୍ଷକ : ରାଜ୍ୟ ସ୍ତରୀୟ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ୱେଷଣ

0 145

ଦଶପଲ୍ଲା : ସମର୍ପିତ ସମାଜ କୈନ୍ଦ୍ରିକ ସାହିତ୍ୟ ସଂଗଠନ “ମାଟିର ସ୍ୱର’ ଦଶପଲ୍ଲା ତରଫରୁ ଆଜି ଦଶପଲ୍ଲା ବ୍ଳକ ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ପଞ୍ଚାୟତର ନେଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ଉପରେ ଆଧାରିତ ରାଜ୍ୟ ସ୍ତରୀୟ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପୃକ୍ତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏହି କୁଇଜ୍‌ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଗାନ୍ଧୀଙ୍କ ବିଚାର ଧାରା ଉପରେ ଆଧାରିତ କେତେକ ମୌଳିକ ତଥା ସାଧାରଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଏହା ମାଧ୍ୟମରେ ହୋଇଯାଇଛି । ଏ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ତଥା ସମାଜସେବୀ ଅଜୟ କୁମାର ବେହେରା ମହୋଦୟ ପରିଚାଳନା କରିଥିବା ବେଳେ “ମାଟିର ସ୍ୱର’ ସଂଗଠନର ସଦସ୍ୟ ତଥା ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ମହୋଦୟ ଏ ମେଧା ଓ ପ୍ରତିଭା ଅନ୍ୱେଷଣ ଅଭିଯାନର ଆଭିମୁଖ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ମାଟିର ସ୍ୱର ତରଫରୁ ପ୍ରେରଣା ସ୍ୱରୂପ ପେନ୍‌, ପେନିସିଲ, ରବର, ଗାନ୍ଧି କଥା ପୁସ୍ତକ ଓ ମାଟିର ସ୍ୱର କବିତା ସଂକଳନ ଇତ୍ୟାଦି ଉପହାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଉଦ୍ଦିପନା ସୃଷ୍ଟି ହୋଇଥିବା କଥା ଛାତ୍ରଛାତ୍ରୀ ମାନେ ସ୍ୱୀକାର କରିବା ସହିତ ପର୍ଯ୍ୟାୟ କ୍ରମେ ବିଭିନ୍ନ ମାସରେ ମହାପୁରୁଷ ମାନଙ୍କ ଜୀବନୀ ଉପରେ ଆଧାରିତ ଏଭଳି ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଅୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମ୍ପାଦନ କରିଥିବାରୁ ମାଟିର ସ୍ୱର ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

3 × 3 =