ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ପ୍ରଥମ ଆଙ୍ଗନବାଡ଼ି ପାଠାଗାର ଉଦଘାଟିତ

0 77

ସମ୍ବଲପୁର : କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ବହୁମୁଖୀ ପ୍ରତିଭା ବିକାଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଯୋଜନା ହାତକୁ ନିଆଯାଇଛି । ଏଣୁ ଏଣିକି ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ “ଆମ ପାଠାଗାର’ର ବ୍ୟବସ୍ଥା ରହିବ । ଚଳିତ ବର୍ଷ ଗୁରୁଦିବସରେ ଏହି ଯୋଜନାର ଶୁଭାରମ୍ଭ ପାଇଁ ସରକାରୀ ଆଦେଶ ରହିଥିଲା । ଏହି ମର୍ମରେ ପ୍ରଥମ “ଆମ ପାଠାଗାର’ ସମ୍ବଲପୁରର ଦଲଦଲିପଡାରେ ଉଦଘାଟିତ ହୋଇଯାଇଛି, ଯାହାକି ଜିଲ୍ଲାରେ ପ୍ରଥମ ଶିଶୁ ପାଠାଗାର ରୂପେ ବିବେଚିତ ହୋଇରହିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଓ ବିଭାଗୀୟ ଅଧିକାରୀ ଙ୍କ ଅନୁରୋଧ କ୍ରମେ ଦଲଦଲିପଡା ଆଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଅନିତା ବାଘ, ଅଞ୍ଜଲି ପ୍ରଧାନ, ପଦ୍ମିନୀ ବେହେରା ଉତ୍ସାହର ସହିତ ଖୁବ କମ ସମୟରେ ମଧ୍ୟରେ ପାଠାଗାରର ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିଥିଲେ । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ସହରାଞ୍ଚଳ)ର ସୁପରଭାଇଜର ଶ୍ରୀମତୀ ସାଧନା ସିଂହ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି “ଆମ ପାଠାଗାର’ର ଉଦଘାଟନ କରିଥିଲେ । ଏହି ସରଳ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କବିତା ବାଘ, ରୀତା ନାଗ, କୁନ୍ତଳା ସତନାମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ଶିଶୁଗଣ ମଧ୍ୟ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =