କ୍ରିଏଟିଭ ଆର୍ଟସ ପକ୍ଷରୁ ସ୍ୱତନ୍ତ୍ର ନାଟ୍ୟ କର୍ମଶାଳା ଆୟୋଜିତ

0 96

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ସ୍ଥାନୀୟ କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ଏକ ସ୍ୱତନ୍ତ୍ର ନାଟ୍ୟ କାର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଓଡିଆ ନାଟକକୁ ବିଭିନ୍ନ ରାଜ୍ୟ ଓ ବିଶ୍ୱର ବିଭିନ୍ନ ଦେଶରେ ପ୍ରଚାର ପ୍ରସାର କରିଥିବା ବରିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଯୋଗ ଦେଇ ଓଡ଼ିଆ ନାଟକ ଇତିହାସରେ ପାରଳାର ଭୂମିକା, ଆଧୁନିକ ଓଡ଼ିଆ ନାଟକ, ଭାରତୀୟ ନାଟକ ଶୈଳୀ ଓ ବିଶ୍ୱର ବିଭିନ୍ନ ଦେଶର ନାଟକର ବିଷୟବସ୍ତୁକୁ ବୁଝାଇଥିଲେ । ସେହିପରି ଫ୍ରାନ୍ସ, ଇଟାଲୀ, ସୁଇଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ ଇତ୍ୟାଦି ଦେଶର କଳାକାର ଆଉ ଦର୍ଶକ ଓ ଆମ ଦେଶରେ କଳାକାର, ଦର୍ଶକଙ୍କ ମଧ୍ୟରେ କିପରି ପ୍ରଭେଦ ରହିଛି ଆଲୋଚାନା କରିଥଲେ ।

hiring


କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ନିର୍ଦ୍ଦେଶକ ଅର୍ଜୁନ ନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଆୟୋଜନ ହୋଇଥିଲା । ପ୍ରଥମେ ବିଭିନ୍ନ ଅନୁଷ୍ଠାନର ନୂତନ ଓ ଯୁବ କଳାକାରଙ୍କୁ ନେଇ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅଭିଜ୍ଞ କଳାକାରମାନେ ଉପସ୍ଥିତ ରହି କର୍ମଶାଳାରେ ଶିକ୍ଷା ନେବା ସହ ନିଜ ମତ ଉପସ୍ଥାପନା କରିଥିଲେ । ଉଭୟ ପର୍ଯ୍ୟାୟକୁ ଅନୁଷ୍ଠାନର ସମ୍ପାଦକ ମନୋଜ ପାଢ଼ୀ ସଂଯୋଜନା କରିଥିଲେ । କର୍ମଶାଳା ଶେଷରେ କ୍ରିଏଟିଭ ଆର୍ଟସ ପକ୍ଷରୁ ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହରର ବହୁ ଯୁବ ଓ ନୂତନ କଳାକାରଙ୍କ ସହ ଆୟୋଜକ ଅନୁଷ୍ଠନର ବହୁ କଳାକାର ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × three =