ଟିଟିଲାଗଡରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ୱାଗତ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ
ଟିଟିଲାଗଡ଼: ରବିବାର ଦିନ ଟିଟିଲାଗଡ଼ ସହର ଦେଇ ଏକ ରୋଡ ସୋ କରି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସିଥିଲେ । ତାଙ୍କୁ ଟିଟିଲାଗଡ଼ ବିଜେପି ଦଳର କର୍ମକର୍ତ୍ତା, ଟିଟଲାଗଡ ବିକାଶ ସେନାର ସଦସ୍ୟ ମାନେ ଏକ ବିରାଟ ବାଇକ ରାଲି କରି ସହରଭିତରକୁ ପାଛୋଟି ଆଣିଥିଲେ । ଏହି ଅବସରରେ ରେଳମନ୍ତ୍ରୀଙ୍କ ସହ ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ, ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଉପସ୍ଥିତ ଥିଲେ । ସହରର ବିଜୁ ପଟ୍ଟନାୟକ ଛକଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ କାର୍ଯ୍ୟ ପାଇଁ ଦରଖାସ୍ତ ତଥା ଦାବି ପତ୍ର ପ୍ରଦାନକରିଥିଲେ । ଏହି ଜନ ଆଶୀର୍ବାଦ ଯାତ୍ରାରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ, ସମସ୍ତଙ୍କର ପ୍ରୟାସ ଦରକାର ବୋଲି କହିବା ସହ ଯେତେବେଳେ ପ୍ରଭୁ ଶ୍ରୀ ରାମ ରାମ ସେତୁ ନିର୍ମାଣ କରୁଥିଲେ ଜଣେ ଗୁଣ୍ଡିଚା ମୂଷା ମଧ୍ୟ ସେହି ପୋଲ ନିର୍ମାଣରେ ଲାଗିଥିଲେ । ମୁଁ ଜଣେ ସେହିଭଳି ଗୋଟିଏ ଗୁଣ୍ଡିଚା ମୂଷା, ଭଗବାନ ଶ୍ରୀରାମ ଭଳି ହେଲେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଭାରତ ବର୍ଷକୁ ଗଢି ତୋଳୁଛନ୍ତି, ଆମେ ସମସ୍ତେ ଏକ ହୋଇ ଆଗକୁ ଦେଶକୁ ବିକାଶ ପଥରେ ନେବାକୁ ହେଲେ ମୋଦିଜୀଙ୍କୁ ସମର୍ଥନ ଦେବା ସହ ତାଙ୍କ ସହ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କହିଥିଲେ । ମତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଛନ୍ତି କେଉଁ କାରଣରୁ କେବିକେ ପଛୁଆ ଅଞ୍ଚଳ ହୋଇ ରହିଛି ସେ ବିଷୟରେ ଲୋକଙ୍କ ସହ ଜଡ଼ିତହୋଇ କେଉଁଠି ଅସୁବିଧା ରହିଛି ବୁଝିବା ପାଇଁ ମୁଁ ଆସିଛି । ସେଥିପାଇଁ ମୁଁ ଏହି ଆଶୀର୍ବାଦ ଯାତ୍ରାରେ ଆପଣମାନଙ୍କ ଆଶୀର୍ବାଦ ନେବା ପାଇଁ, ଆପଣଙ୍କ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ ମଧ୍ୟ ଜିଲ୍ଲାର ବିଭିନ୍ନ କାର୍ଯ୍ୟ କରାଇବା ପାଇଁ ସମସ୍ତ ବିଭାଗର ମନ୍ତ୍ରୀ ମାନଙ୍କ ପାଖକୁ ଯାଇ ଏ ଅଞ୍ଚଳର ବିକାଶ ପାଇଁ ଚେଷ୍ଟା କରୁଛି ବୋଲି କହିଥିଲେ ।