ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି, ଶୃଙ୍ଖଳାର ସହିତ ନବରଙ୍ଗୁର ଜିଲ୍ଲାରେ କିପରି ଅବାଧ, ନିରପେକ୍ଷ ଭାବରେ ବିଶେଷ କରି କରୋନ । ମହାମାରୀ ସମୟରେ କରୋନା କଟକଣା ମାର୍ଗ ଦର୍ଶିକାକୁ ପାଳନ କରି ନିର୍ବାଚନର ପ୍ରସାର, ପ୍ରଚାର ଓ ଏହାର ସଫଳ ପରିଚାଳନାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ନିଜ ନିଜର କର୍ମୀଙ୍କୁ ସଚେତନ କରିବା ସହିତ ଏଥିରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ସ୍ଥାନୀୟ ସର୍କିଟ ହାଉସଠାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଯାଇଥିବା ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରସାର ପ୍ରଚାର ସମନ୍ଧୀୟ ପୋଷ୍ଟର, ହୋର୍ଡିଂ, ବ୍ୟାନର ଇତ୍ୟାଦି ହଟାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ନିର୍ବାଚନ ଆୟୋଗଙ୍କ ମୋଡେଲ କୋଡ଼ ଅଫ୍ କଣ୍ଡକ୍ଟକୁ କଡାକଡି ଭାବରେ ପାଳନ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏସବୁ ହୋର୍ଡିଂ, ପୋଷ୍ଟର ବ୍ୟାନର ହଟାଇବା ପାଇଁ ସମସ୍ତ ତହସିଲଦାର, ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଥିଲେ । ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ୱାଇଁଙ୍କ ସମେତ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ, ପି.ଏସ. ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ, ବିଏସପିର ଚନ୍ଦ୍ରଧଜ ମାଝୀ ବିଜେଡ଼ିର ପ୍ରହଲ୍ଲାଦ ତ୍ରିପାଠୀ, ଆଶିଷ ରଂଜନ ପଟ୍ଟନାୟକ, ଜାତୀୟ କଂଗ୍ରେସର ମୁନା ତ୍ରିପାଠୀ, ପ୍ରଦୀପ କୁମାର ସାହୁ, ବିଜେପିର ମାନସ ରଂଜନ ମାଝୀ, ଜଗଦିଶ ଚନ୍ଦ୍ର ବିଷୋୟୀ, ସତ୍ୟବାଦୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।