ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମାଚିତ

0 45

ନୂଆଦିଲ୍ଲୀ: ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ତାଙ୍କର ହୋଲୋଗ୍ରାମ୍‌ ପ୍ରତିମା ଉନ୍ମାଚିତ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚିତ କରିଛନ୍ତି । ନେତାଜୀଙ୍କ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ନିର୍ମାଣ ହେବା ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍‌ଠାରେ ଏହି ହୋଲୋଗ୍ରାମ ରହିବ । ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟ ପ୍ରତିମୂର୍ତ୍ତି ଓଡ଼ିଶାର କାରିଗର ନିର୍ମାଣ କରୁଥିବା ଜଣାପଡ଼ିଛି । ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ନେତାଜୀଙ୍କ ଜୟନ୍ତୀକୁ ଦେଶବ୍ୟାପୀ ପରାକ୍ରମ ଦିବସ ଭାବରେ ପାଳନ କରାଯିବ ବୋଲି ଆଜାଦ ହିନ୍ଦ ଫୌଜର ସଂସ୍ଥାପକ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

13 − eleven =