କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

0 119

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ବିଲାବାଡି ରାଜସ୍ୱ ଗ୍ରାମର ପଦାସାହି, ରେକାପଡି, ବାଡିଆନାଜୁ,ମହାନାଜୁ ଓ ସୀତାପଡି ଗ୍ରାମର ଏଗାର ଶହ ପରିବାରର ଦୁଇ ହଜାର ଜନସଂଖ୍ୟା ଅଂଚଳରେ ରାସ୍ତା ଖଣ୍ଡିଏ ନଥିବାରୁ ସେହି ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଣ୍ଡଗୁଡା ଚଞ୍ଚଳା ସାହିଠାରୁ ପଞ୍ଚ଼ାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ଲୋକଙ୍କୁ ଦୀର୍ଘ ପ୍ରାୟ ୩ କିମି ବାଟ ଚାଲିଚାଲି ଯିବାକୁ ହୋଇଥାଏ । କଚ୍ଚ଼ା ରାସ୍ତା ହୋଇଥିବାରୁ ବର୍ଷା ଦିନରେ ଅବସ୍ଥା ଅହୁରି ଶୋଚନୀୟ ହୋଇପଡେ । ରାସ୍ତା କାଦୁଅରେ ଭରିଯାଏ ଫଳରେ ସେହି ରାସ୍ତାରେ ଯାତାୟାତ ପାଇଁ ଲୋକଙ୍କୁ ଅଧିକ ଅସୁବିଧା ହୋଇଥାଏ । ରାସ୍ତା ଭଲ ନଥିବାରୁ ସେହି ଗାଁ ମାନଙ୍କୁ କୌଣସି ଗାଡି ମଟର, ଏପରିକି ଦୁଇ ଚକିଆ ଯାନ ମଧ୍ୟ ଯିବା କଷ୍ଟକର ହୋଇପଡେ । ସେହି ଅଂଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କୌଣସି ଗାଡି ସେଠାରେ ପହଞ୍ଚି ପାରେ ନାହିଁ । ତେଣୁ ଅଧିକାଂଶ ସ୍ଥଳରେ ରୋଗୀମାନଙ୍କୁ ଅନେକ ହଇରାଣ ହରକତ ହେବାକୁ ପଡେ । ପ୍ରସୂତୀ ମାନଙ୍କୁ ନେବାକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚ଼ୁ ନାହିଁ ଗାଁରେ । ଗତ କିଛି ଦିନ ପୁର୍ବେ ସେହି ଅଂଚଳରେ ଜଣେ ପ୍ରସୂତୀ ରାସ୍ତା କଡରେ ହିଁ ପ୍ରସବ କରିଥିଲେ । ଆୟୁଷ ବିଭାଗ ତରଫରୁ ଏକ ଆୟୁର୍ବେଦିକ ଡାକ୍ତରଖାନା ରହିଛି ହେଲେ ସେଠାକୁ କୌଣସି ଡାକ୍ତର କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ କର୍ମୀ ଆସନ୍ତି ନାହିଁ ଗ୍ରାମାକୁ । ତେଣୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପାଇବା ମଧ୍ୟ କଷ୍ଟକର ହୋଇଥାଏ । ସେହିପରି ରାସ୍ତା ନଥିବାରୁ ଗାଁରେ ପିଇବା ପାଣିର ମଧ୍ୟ ଅସୁବିଧା ଭୋଗୁଛନ୍ତି ଲୋକେ । ନଳକୁଅ ଖୋଳିବାକୁ ଗାଡି ପହଞ୍ଚି ପାରୁନାହିଁ । ତେଣୁ ବାଧ୍ୟ ହୋଇ ନାଳର ଦୁଶିତ ପାଣି ପିଉଛନ୍ତି ଗ୍ରାମର ଲୋକେ । ଏ ନେଇ ଏହି ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ଏବଂ ବିଧାୟକ ମାନଙ୍କୁ ବିଭିନ୍ନ ସମୟରେ ସେମାନଙ୍କ ଦାବୀ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ ସେମାନଙ୍କୁ । ସେଥିପାଇଁ ଏହି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମିଶି ଆଜି ଗ୍ରାମରେ ଥିବା କଚ୍ଚ଼ା ଓ କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇ ଅଭିନବ ଉପାୟରେ ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 5 =