ବ୍ଲୁଫ୍ଲାଗ୍ ବିଚକୁ ବେଳାଭୂମି ସୁରକ୍ଷା ସମିତିର ବିରୋଧ

0 63

ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ପୁଣି ପୁରୀ ବେଳାଭୂମିର ଚକ୍ର ତୀର୍ଥ ବେଳାଭୂମି ଅଞ୍ଚଳକୁ ବ୍ଲୁଫ୍ଲାଗ ବିଚରେ ପରିଣତ କରୁଥିବା ଅଭିଯୋଗ କରି ଆଜି ବିଭିନ୍ନ ସଙ୍ଗଠନ ମିଳିତ ଭାବେ ବିରୋଧ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଛନ୍ତି । ସମୁଦ୍ରକୂଳ ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନେ ଧାରଣାରେ ବସିବା ସହ ୭ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଶ୍ରୀକ୍ଷେତ୍ର ସମୁଦ୍ରକୂଳର ତୀର୍ଥଭୂମିକୁ ପର୍ଯ୍ୟଟନର କ୍ଷେତ୍ର ଭାବେ ପରିଣତ କରିବା ଓ ଜଗନ୍ନାଥ ସଂସ୍କୃତିକୁ ବିଲୋପ ଷଡଯନ୍ତ୍ର ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି । ଚକ୍ରତୀର୍ଥ ବେଳାଭୂମି କୁ ବ୍ଲୁଫ୍ଲଗ ବିଚ କରାଗଲେ ଅନେକ କଟକଣା ଯୋଗୁଁ ମତ୍ସ୍ୟଜୀବୀ, କ୍ଷୁଦ୍ରବ୍ୟବସାୟୀ, ଲାଇଫଗାର୍ଡ ଓ ଫଟୋଗ୍ରାଫର ମାନେ ସେମାନଙ୍କ ଜୀବିକା ହରାଇବା ଆଶଙ୍କା କରାଯାଉଛି । ବ୍ଲୁଫ୍ଲାଗ ବିଚ ଜନବସ୍ତି ଠାରୁ ଦୂରରେ ହେବା ପାଇଁ ନିୟମ ଥିବାବେଳେ ଏହା ସହର ଉପକଣ୍ଠରେ କରାଯାଉଥିବାରୁ ବେଳାଭୂମି ସୁରକ୍ଷା ସମିତି ଏହାର ବିରୋଧ କରି ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏବେ ପୁରୀରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ମାତ୍ର ବ୍ଲୁଫ୍ଲାଗ ବିଚ୍ ରହିଥିବା ବେଳେ ଏହାକୁ ସମ୍ପ୍ରସାରିତ କଲେ ଭବିଷ୍ୟତରେ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

5 × four =