ପାରାଦୀପ : ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମ ରାଜୁ ଲକ୍ଷ୍ମି ହାରାନାଧ ଆଜି ଯୋଗ ଦେଇଛନ୍ତି । ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ୱାଗତ୍ କରାଯାଇଛି । ପ୍ରଥମେ ତାଙ୍କୁ ସିଆଇଏସ୍ଏଫ୍ଙ୍କ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ପାରାଦୀପ୍ ବନ୍ଦର ସର୍ବଭାରତୀୟ ମେଜର ପୋର୍ଟ ଭିତରେ ଦିତୀୟ ସ୍ଥାନ ଅଧିକାର କରି ଆସିଥିବା ବେଳେ ଆଗକୁ ଏକ ନମ୍ବର ପୋର୍ଟ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ଅଧ୍ୟକ୍ଷ ପିଏଲ୍ ହାରାନାଧ ପ୍ରକାଶ କରିଛନ୍ତି ।