ଚାଇନାର ହାଇପର ସୋନିକ କ୍ଷେପଣାସ୍ତ୍ର ପରୀକ୍ଷା

0 75

ବେଜିଂ: ପୃଥିବୀର ଅନେକ ସ୍ଥାନକୁ ପହଞ୍ଚିପାରୁଥିବା ଏକ ହାଇପର ସୋନିକ କ୍ଷେପଣାସ୍ତ୍ର ଚାଇନା ପରୀକ୍ଷା କରିଛି । ଗତ ଅଗଷ୍ଟ ମାସରେ ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ଚାଇନା ତାହାକୁ ଗୁପ୍ତ ରଖିଥିଲା । ସଂପ୍ରତି ଏହି ବିଷୟ ସର୍ବସମ୍ମୁଖକୁ ଆସିଛି । ଜଣାଯାଇଛି ଯେ ଏହି କ୍ଷେପଣାସ୍ତ୍ର କମ୍‍ ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରିବା ପରେ ତାହାର ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲା । ଏହି ପରୀକ୍ଷା ସମ୍ପର୍କରେ ଅବଗତ ଥିବା ଏକାଧିକ ସୂତ୍ରକୁ ଉଦ୍ଧାର କରି ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ । ଏହା ପୃଥିବୀକୁ ପରିକ୍ରମା କରିବା ପରେ ତାହାର ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହୋଇଥିଲା । ତେବେ ତିନିଟି ସୂତ୍ରରୁ କୁହାଯାଇଛି ଯେ ଏହା ଲକ୍ଷ୍ୟସ୍ଥଳର ୩୨ କିଲୋମିଟର ପୂର୍ବରୁ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା । ଏହି ସୂତ୍ରରୁ କୁହାଯାଇଛି ଯେ ଚାଇନାର ଏହି ହାଇପର ସୋନିକ ଗ୍ଲାଇଡ ଭେଇକଲକୁ ଏକ ଲଙ୍ଗ ମାର୍ଚ୍ଚ ରକେଟ ଜରିଆରେ ପ୍ରକ୍ଷେପଣ କରାଯାଇଥିଲା । ହାଇପର ସୋନିକ ଯୁଦ୍ଧାସ୍ତ୍ର ନିର୍ମାଣ କ୍ଷେତ୍ରରେ ଚାଇନାର ଏଭଳି ଅଗ୍ରଗତି ଆମେରିକାର ଗୁଇନ୍ଦା ବିଭାଗକୁ ଆଶ୍ଚର୍ଯ୍ୟ କରିଦେଇଛି ।

hiranchal ad1
Leave A Reply

Your email address will not be published.

14 + eighteen =