ଭାରତ-ପାକ୍‌ ମ୍ୟାଚ ଦିନ ସୋସିଆଲ ମିଡିଆରୁ ଦୂରେଇ ରହିବେ ସାନିଆ

0 110

ନୂଆଦିଲ୍ଲୀ : ଆଜିଠାରୁ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏଥି ସହିତ ଟିମ୍‌ ଇଣ୍ଡିଆର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୪ ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ । ଏହି ମ୍ୟାଚ୍‌ ଦିନ ଭାରତୀୟ ଟେନିସ୍‌ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍‌ ସମୟରେ ଖରାପ ପରିବେଶକୁ ଏଡ଼ାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେତେବେଳେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍‌ ଥାଏ, ସାନିଆ ଉଭୟ ଦେଶର ଦର୍ଶକଙ୍କ ଦ୍ୱାରା ତୀବ୍ର ଟ୍ରୋଲର ସମ୍ମୁଖୀନ ହୋଇଥାନ୍ତି । କାରଣ ତାଙ୍କ ସ୍ୱାମୀ ଶୋଏବ ପାକିସ୍ତାନ ପାଇଁ ଖେଳନ୍ତି ଏବଂ ସାନିଆ ଭାରତର ।
ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଦିନ ବିଷାକ୍ତ ବାତାବରଣରୁ ରକ୍ଷା ପାଇବା ପାଇଁ ମୁଁ ସୋସିଆଲ ମିଡିଆରୁ ଅଦୃଶ୍ୟ ହେବାକୁ ନିଷ୍ପତ୍ତି ନେଇଛି । ସାନିଆ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଛନ୍ତି । ଶୋଏବ ମଧ୍ୟ ଟି -୨୦ ବିଶ୍ୱକପ ଖେଳିଥିବା ପାକିସ୍ତାନ ଦଳର ଜଣେ ସଦସ୍ୟ । ଏହାପୂର୍ବରୁ ମଲିକ ଦଳରେ ମନୋନୀତ ହୋଇନଥିଲେ, କିନ୍ତୁ ସୋହେବ ମାକସୁଦ ଆହତ ହେବା ପରେ ସେ ଦଳକୁ ପ୍ରତ୍ୟବର୍ତ୍ତନ କରିଥିଲେ । ପିଠିରେ ଆଘାତ ଲାଗି ସୋହିବ ଟି -୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି ।

hiring


ୟୁନିସ୍‌ ଖାନଙ୍କ ଅଧିନାୟକତ୍ୱରେ ୨୦୦୯ ରେ ପାକିସ୍ତାନ ଦଳ ବିଶ୍ୱକପ ଜିତିଥିଲା । ଶୋଏବ ମଲିକ ସେହି ଦଳର ସଦସ୍ୟ ଥିଲେ । ଏଥି ସହିତ, ଶୋଏବ ୨୦୦୭ ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଟି -୨୦ ବିଶ୍ୱକପରେ ପାକିସ୍ତାନ ଦଳର ଅଧିନାୟକ ଥିଲେ । ୨୦୦୭ ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷ ଫାଇନାଲରେ ହାରି ଯାଇଥିଲା । ଶୋଏବ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ଟି -୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦଳର ସଦସ୍ୟ ରହିଛନ୍ତି ।
୨୦୦୭ ଠାରୁ ୬ ଟି ବିଶ୍ୱକପ୍‌ ଖେଳାଯାଇଛି । ମଲିକ ପାକିସ୍ତାନ ଦଳର ୫ ଟି ବିଶ୍ୱକପରେ ସଦସ୍ୟ ରହିଛନ୍ତି । ଶୋଏବଙ୍କର ୨୨ ବର୍ଷର ଆନ୍ତର୍ଜାତୀୟ କ୍ରିକେଟ୍‌ ଅଭିଜ୍ଞତା ରହିଛି । ସେ ବିଶ୍ୱକପରେ ୨୮ ଟି ମ୍ୟାଚ୍‌ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ହାରାହାରି ୩୨.୧୧ ରେ ୫୪୬ ରନ୍‌ ସ୍କୋର କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 8 =