ଦିଆସିଲି କାଠିରେ ଟି-୨୦ ବିଶ୍ୱକପ ଟ୍ରଫି

0 76

ପୁରୀ : ଆଜିଠାରୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱ -କପ । ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରହିଛି ନାହିଁ ନ ଥିବା ଉତ୍ସହ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆ ଫ୍ୟାନମାନେ ବିଭିନ୍ନ ତରିକାରେ ଚିଅରଅପ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଦିଆସିଲି କାଠିରେ ବିଶ୍ୱକପ ଟ୍ରଫିର ଏକ ପ୍ରତିକୃତି ତିଆରି କରିଛନ୍ତି । ଏହା ତିଆରି କରିବା ପାଇଁ ସେ ୮ ଦିନ ସମୟ ନେଇଥିଲେ । ଦିଆସିଲି କାଠିରେ ନିର୍ମିତ ଏହି ବିଶ୍ୱକପ ଟ୍ରଫିର ଉଚ୍ଚତା ରହିଛି ୨୧ ଇଞ୍ଚ ଓ ଲମ୍ୱ ରହିଛି ୮ ଇଞ୍ଚ । ମୋଟ ୨ ହଜାର ୮ ଶହ ୫୦ଟି ଦିଆସିଲି କାଠି ଏଥିରେ ବ୍ୟବହାର ହୋଇଛି । ତେବେ ଏହି ନିଆରା କଳାକୃତି କୁ ନେଇ ବେଶ ଚର୍ଚ୍ଚା ହେଉଥିବା ବେଳେ ସମସ୍ତେ ଶ୍ୱାସତଙ୍କ ଏହି ଆର୍ଟକୁ ପ୍ରଶଂସା କରିଛନ୍ତି । ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତି ଭାରତ ନାଁ ପୁଣି ବିଶ୍ୱ ଦରବାରରେ ଗୌରବାନ୍ୱିତ କରିବାକୁ ସେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two + 20 =