ପୂର୍ବପୁରୁଷଙ୍କର ରୀତିନୀତି ପରମ୍ପରା ବଜାୟ ରଖି ବାଦେବିରା ପାହାଡ଼ରେ ପୂଜା

0 121

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀର ବାଦେବିରା ପାହାଡ଼ରେ ଆବାନାଜୁ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୁଏ ।ଜଣେ ପୂଜକ ଏହି ପୂଜା ୬ ବର୍ଷ କରିଥାନ୍ତି ଏବଂ ପରେ ସମୟସୀମା ଶେଷ ହେଲେ ତାଙ୍କୁ ପୁଣି ପରିବର୍ତ୍ତନ କରାଯାଇ ଅନ୍ୟ ପୂଜାରୀ ନିୟଜିତ କରାଯାଏ । ଏହି ପୂଜା ସମୟରେ ବର୍ଷକୁ ଥରେ ବୁଦା ଛେଳି ବଳି ଦିଆ ଯାଏ ଓ ପୂର୍ବ ପୁରୁଷ ଏହି ରବାନାଜୁ ଗ୍ରାମାର କରିଆସୁଛନ୍ତି ଏବଂ ଆଗକୁ ମଧ୍ୟ ଏହି ପରମ୍ପରା ରହିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି । ଏହି ପୂଜା ପୂର୍ବରୁ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ପୂଜା ସ୍ଥଳକୁ ଯିବା ନିମନ୍ତେ ଗ୍ରାମବାସୀ ଅତି ଆନନ୍ଦ ଓ ଉଲ୍ଲାସ ସହିତ ବାଦ୍ୟ ନୃତ୍ୟରେ ବାହାରି ଆନନ୍ଦ ମନେଇଥିଲେ । ଏଥିରେ ଗ୍ରାମବାସୀ ସମସ୍ତେ ସହଯୋଗ କରିଥିଲେ । ଆନନ୍ଦ ଉଲ୍ଲାସ ସହକାରେ ବାଦେବିରା ପାହାଡ଼ରେ ପୂଜା ସମ୍ପନ୍ନ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − six =