ଭୁବନେଶ୍ବର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି । ୧ ନଭେମ୍ବର ୨୦୨୧ ସୁଦ୍ଧା ୧୮ ବର୍ଷ ପୂରଣ ହୋଇଥିବା ସମସ୍ତଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
କେନ୍ଦ୍ର ନିର୍ବାଚନ ଆୟୋଗ ଭୋଟର ତାଲିକା ଆଧାରରେ ଭୋଟର ତାଲିକା ପ୍ରସ୍ତୁତ ହେବ । ପ୍ରାଥମିକ ଭୋଟର ତାଲିକା ୧୬.୧୧ ୨୦୨୧ରୁ ୨୩.୧୧. ୨୦୨୧ ଯାଏଁ ଗ୍ରାମପଞ୍ଚାୟତ ହେଡକ୍ବାର୍ଟସରେ ପ୍ରକାଶିତ କରାଯିବ । ଏହି ସମୟରେ ଯେଉଁମାନଙ୍କର ଦାବି ବା ଆପତ୍ତି ଥିବ ସେମାନେ ପଞ୍ଚାୟତ ସ୍ତରରେ ଥିବା ଅଧିକାରୀଙ୍କୁ ଜଣାଇବେ । ଦୁଇଟି ଫର୍ମରେ ଆପତ୍ତି ଜଣାଇପାରିବେ । ଫର୍ମ ୧୬ ଓ ୧୭ ଜରିଆରେ ଆପତ୍ତି ଜଣାଇପାରିବେ । ନୂଆ ଭୋଟର ତାଲିକା ପାଇଁ ଫର୍ମ ୧୬ ଓ ଆପତ୍ତି ଥିଲେ ଫର୍ମ ୧୭ ଦ୍ବାରା ଜଣାଇପାରିବେ ।