ଏ ବର୍ଷ ବି ହେବନି ବାଲିଯାତ୍ରା !

0 69

କଟକ: ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ । କୋଭିଡ୍‌ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି । ବାଲିଯାତ୍ରା ଆୟୋଜନ ନ ହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ହତାଶ ହୋଇପଡ଼ିଛନ୍ତି ।

hiranchal ad1
Leave A Reply

Your email address will not be published.

three × three =