ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିଜ ପୁଅକୁ ଜୀବନରେ ମାରି ଗାଁ ନିକଟ ମୁସକୁଟି ଜଙ୍ଗଲରେ ମାଟି ତଳେ ପୋତିଦେଇଥିଲା ବାପା । ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ଆଜି ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରିବାସହ ହତ୍ୟାକାରୀ ବାପାକୁ ଗିରଫ କରିଛି । ସୂଚନା ପ୍ରକାରେ ପାଙ୍ଗୁରୁମିଲା ଗାଁର ବାପା ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣସି କାରଣରୁ ଅଧିକାଂଶ ସମୟରେ କଳିକଜିଆ ଲାଗି ରହୁଥିଲା । ପ୍ରତିଶୋଧ ପରାୟଣ ହୋଇ ବାପା ଭୁସ୍କର ପୂଜାରୀ ଗତ ୧୪ ତାରିଖ ବିଳମ୍ବିତ ରାତିରେ ପୁଅ ଚୈତନ୍ୟକୁ ହତ୍ୟା କରି ବାସହ ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମିଟିତଳେ ପୋତି ଦେଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଆଜି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଜାରି ରଖିଛି ।