ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟତ ବାଧାପ୍ରାପ୍ତ

0 97

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ କରଡ଼ା ଘାଟି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଘାଟିର ତିନୋଟି ସ୍ଥାନରେ ପାର୍ଶ୍ୱ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍‌ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ ଅବସ୍ଥାରେ ମୋଟର ସାଇକେଲ ଓ ଅଟୋରେ ଯାତାୟତ କରୁଛନ୍ତି । ଗତ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଘାଟିର ବିଭିନ୍ନ ସ୍ଥାନ ଧୋଇ ହୋଇଯାଇଥିଲା । ଚାରି ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ମରାମତି କାର୍ଯ୍ୟ ହୋଇପାରିନାହିଁ । ବ୍ଲକର ଚାରୋଟି ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ, ରଣବା, ବଡ଼ବାରବା ପଂଚାୟତର ପ୍ରାୟ ୧୦ ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପଡୋଶୀ ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତିରେ ଏହି ଘାଟି ରାସ୍ତା ମରାମତି କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ରାଇକିଆ ଠାରୁ କରଡ଼ା ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ୨୦୧୯ ମସିହାରୁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏଯାବତ୍‌ ରାସ୍ତା ଓ ଘାଟିର ଉନ୍ନତୀକରଣ କାମ ହୋଇ ପାରିନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

5 × 5 =