ସୋନପୁର ସହରରେ ଓସାରିଆ ରାସ୍ତା ନିର୍ମାଣ ପାଇଁ ଜନ ଶୁଣାଣି

0 133

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହାନଦୀ ପୋଲ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଏକ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍‌ସିଡିସି ଏବଂ ଷ୍ଟାର ଭୁବନେଶ୍ୱର ଆନୁକୁଲ୍ୟରେ ପ୍ରଭାବିତ ପ୍ରଜାମାନଙ୍କ ହରାଉ ଥିବା ଜମି ମୂଲ୍ୟର କ୍ଷୟକ୍ଷତି ତଥା ସାମାଜିକ ଆକଳନ କରିବା ପାଇଁ ଏହି ସଭା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍‌ ମିଞ୍ଜ୍‌ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏନ୍‌ସିଡିସି ଏବଂ ଷ୍ଟାର ର ଅଧିକାରୀ ମାନେ ସୋନପୁର ସହରର ୟୁନିଟ୍‌ ୧,୨,୩ ରେ ଏଥିପାଇଁ ସର୍ଭେ କରିଥିଲେ । ଏହାର ବିଷଦ ବିବରଣୀ ପାଠ କରିଥିଲେ । ଏଥିରେ ସର୍ବସମ୍ମତି କ୍ରମେ ପ୍ରକାଶ ପାଇଥିଲା ଯେ ଚୌଡା ରାସ୍ତା ହେବା ଦ୍ୱାରା ଭାରିଯାନର ଚଳାଚଳ ବଢିବ, ପ୍ରଦୂଷଣ ବଢିବ, ଦୁର୍ଘଟଣା ବୃଦ୍ଧି ପାଇବ ଏବଂ ରାସ୍ତା ଶୀଘ୍ର ଖରାପ ହେବ ଓ କିନ୍ତୁ ଏହାର ସକାରାତ୍ମକ ଦିଗଟି ହେଲା ଏହାଦ୍ୱାରା ସହରରେ ଯାତାୟତର ସୁବିଧା ବଢିବ, ବ୍ୟବସାୟ ରେ ଉନ୍ନତି ହେବ ଏବଂ ରୋଜଗାର ବଢିବ । କ୍ଷତିଗ୍ରସ୍ତ ପରିବାର କୁ ସ୍ୱରୋଜଗାର ପାଇଁ ବ୍ୟାଙ୍କ ରୁଣ ଯୋଗାଇ ଦେବା ସହିତ ପରିବାରର ଇଚ୍ଛୁକ ସଦସ୍ୟମାନଙ୍କୁ ଧନ୍ଦା ମୂଳକଶିକ୍ଷା ଓ ଉଦ୍ୟୋଗ ତାଲିମ ମାଧ୍ୟମରେ ସ୍ୱାବଲମ୍ବୀ କରାଯିବ । ବେଞ୍ଚ ମାର୍କ ମୂଲ୍ୟ ହିସାବରେ ଜମିର ସଠିକ କ୍ଷତିପୂରଣ ଦିଆଯିବ । କେତେକ ପ୍ରଜା ରାସ୍ତା ର ଓସାର ୬୬ ଫୁଟ ବଦଳରେ ୫୦ ଫୁଟ ଏବଂ ନାଳ ର ଓସାର ୪ ଫୁଟ ଜାଗାରେ ୨ ଫୁଟ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗୋଟିଏ ସୌହାର୍ଦ୍ଧ୍ୟପୂର୍ଣ୍ଣ ପରିବେଶରେ ୪୭ ଜଣ ପ୍ରଭାବିତ ପ୍ରଜା ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଅଧିକାରୀ ମାନଙ୍କୁ ଜଣାଇ ଥିଲେ । ସୋନପୁର ତହସିଲଦାର ନବୀନ କିଶୋର ପାଢୀ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ ପ୍ରଶାସନ ସମ୍ବେଦନଶୀଳ ହୋଇ ପ୍ରତିଟି କେସ କୁ ବିଚାରକୁ ନେଇ ଆବଶ୍ୟକ ପଦକ୍ଷେପ ନେବ । ନିଜର ତଥା ସହରର ବିକାଶ ପାଇଁ ସମସ୍ତେ ଆଗଭର ହୋଇ ପ୍ରକଳ୍ପକୁ ସହଯୋଗ କରିବା ଉଚିତ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମିଞ୍ଜ୍‌ କହିଲେ ବର୍ତ୍ତମାନର ରାସ୍ତା ଅତିଶୟ ସଂକୀର୍ଣ୍ଣ ଓ ଜନଗହଳି ହୋଇ ଖରାପ ହୋଇଯାଇଛି । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସମସ୍ତେ ସମର୍ଥନ କଲେ ଅତିଶୀଘ୍ର ରାସ୍ତା କାମ ହୋଇ ପାରିବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିକାର ଏହି ଜନ ଶୁଣାଣି ରେ ଜମି ଅଧିଗ୍ରହଣ ଅଧିକାରୀ ଅଭିଳାଷ ପୁରୋହିତ, ଖଦାଳ ପାତ୍ର, ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ସହାୟକ ରବିନ୍ଦ୍ର ଶତପଥୀ ଓ ମମତା ଦୀପ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − four =